ସିଙ୍ଗାପୁର ଏବଂ ବ୍ରୁନେଇରୁ ଆସିଲା ୩୦୦ ଏମଟି ତରଳ ମେଡିକାଲ୍ ଅମ୍ଳଜାନ ଓ ୩,୬୦୦ ଅମ୍ଳଜାନ ସିଲିଣ୍ଡର

ନୂଆଦିଲ୍ଲୀ: ଭାରତରେ ଏବେ କରୋନା ସଂକ୍ରମଣ ସାମାନ୍ୟ କମ ହୋଇଥିବା ବେଳେ ଦେଶରେ ଦେଖାଦେଇଥିବା ମେଡିକାଲ ଅମ୍ଳଜାନର ଅଭାବକୁ ଦୂର କରିବା ପାଇଁ ପାଖାପାଖି ୪୦ଟି ଦେଶ ଭାରତକୁ ସାହାଯ୍ୟ ଯୋଗାଉଛନ୍ତି | ପୂର୍ବରୁ ଅନେକ ଦେଶ ଭାରତକୁ ଅମ୍ଳଜାନ କନସେନଟ୍ରେଟର ସହ ବିଭିନ୍ନ ଚିକିତ୍ସା ଉପକରଣ ଯୋଗାଇଦେଇଥିବା ବେଳେ ଏବେ ପୁଣି ଥରେ ସିଙ୍ଗାପୁର ଭାରତକୁ ସାହାଯ୍ୟ କରିଥିବା ଜଣାପଡିଛି |

ସିଙ୍ଗାପୁର ଏବଂ ବ୍ରୁନେଇରୁ ଆଜି ତରଳ ମେଡିକାଲ ଅମ୍ଳଜାନ ନେଇ ଆଇଏନଏସ ଜଳସ୍ଵ ବିଶାଖାପାଟଣାରେ ପହଞ୍ଚିଛି | ଭାରତୀୟ ନୌସେନା ଜାହାଜ ଭେଣ୍ଟିଲେଟର ଏବଂ ଖାଲି କ୍ରାଇୟୋଜେନିକ୍ କଣ୍ଟେନର ସହିତ ୩୦୦ ଏମଟି ତରଳ ମେଡିକାଲ୍ ଅମ୍ଳଜାନ, ୩,୬୦୦ ଅମ୍ଳଜାନ ସିଲିଣ୍ଡର, ଭେଣ୍ଟିଲେଟର ସହିତ ଅନ୍ୟାନ୍ୟ ଚିକିତ୍ସା ଉପକରଣ ନେଇ ପହଞ୍ଚିଛି |

Image
twitter

ଏହା ପୂର୍ବରୁ ଆଇଏନଏସ ତ୍ରିକାଣ୍ଡ ରବିବାର ସକାଳେ କତାରରୁ ୪୦ଏମଟି ତରଳ ମେଡିକାଲ ଅମ୍ଳଜାନ ନେଇ ମୁମ୍ବାଇ ଫେରିଥିଲା | କତାରର ହମାଦ୍ ବନ୍ଦରରୁ ମୁମ୍ବାଇକୁ ତରଳ ମେଡିକାଲ୍ ଅମ୍ଳଜାନ କ୍ରାୟୋଜେନିକ୍ କଣ୍ଟେନରଗୁଡିକର ପରିବହନକୁ ବୃଦ୍ଧି କରିବା ପାଇଁ ଅପରେସନ୍ ସମୁଦ୍ର ସେତୁ-୨ର ଏକ ଅଂଶ ଭାବରେ ଭାରତୀୟ ନାଭାଲ୍ ସିପ୍ ତ୍ରିକାଣ୍ଡକୁ ନିୟୋଜିତ କରାଯାଇଛି।

ସମ୍ବନ୍ଧିତ ଖବର