ନୌସେନାରେ ସାମିଲ ହେଲା ‘ଆଇଏନ୍‌ଏସ୍‌ କଳବରୀ’

ନୂଆଦିଲ୍ଲୀ: ଗୁରୁବାର ସକାଳେ ମୁମ୍ବାଇ ଠାରେ ଇଣ୍ଡିଆନ୍‌ ନେଭାଲ୍‌ ସିପ୍‌ କଳବରୀକୁ ନୌବାହିନୀ ସେବାରେ ମୁତୟନ କରାଯାଇଛି। ଭାରତର ସର୍ବ ପ୍ରଥମ ବୁଡ଼ାଜାହାଜ ନାମାନୁସାରେ ନାମିତ ହୋଇଥିବା ଏହି ସ୍ପର୍ପିନ୍‌-କ୍ଲାସ୍‌ ବୁଡ଼ାଜାହାଟି ପାଇ ଆଜି ଭାରତୀୟ ନୌସେନାର ପୂର୍ଣ୍ଣତା ପ୍ରାପ୍ତି ହୋଇଛି। କଳବରୀ ଭାରତର ପ୍ରତିରକ୍ଷାରେ ବଡ଼ ଭୂମିକା ଗ୍ରହଣ କରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରାଇ କହିଛନ୍ତି।

ଆଇଏନ୍‌ଏସ୍‌ କଳବରୀକୁ ନୌସେନାରେ ସାମିଲ କରାଯିବା ଉତ୍ସବରେ ଉପସ୍ଥିତ ଥିବା ଅନ୍ୟ ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ମଧ୍ୟରେ ଥିଲେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ, ଚିଫ୍‌ ଅଫ୍‌ ନେଭାଲ୍‌ ଷ୍ଟାଫ୍‌ ଆଡ୍‌ମିରାଲ୍‌ ସୁନୀଲ ଲାନ୍‌ବା, ମହାରାଷ୍ଟ୍ରର ରାଜ୍ୟପାଳ ସିଏଚ୍‌ ବିଦ୍ୟାସାଗର ରାଓ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ ଏବଂ ଭାରତୀୟ ନୌସେନାର ଅନ୍ୟାନ୍ୟ ଅଧିକାରୀବୃନ୍ଦ।

ଖୁବ୍‌ ଶୀଘ୍ର ଭାରତୀୟ ନୌସେନାରେ ସାମିଲ ହେବାକୁ ଥିବା ଛଅଟି ସ୍କର୍‌ପିନ୍‌-କ୍ଲାସ୍‌ ବୁଡ଼ାଜାହାଜରୁ ଆଇଏନ୍‌ଏସ୍‌ କଳବରୀ ହେଉଛି ପ୍ରଥମ। ଏହି ବୁଡ଼ାଜାହାଜଟିକୁ ସମୁଦ୍ର ମଧ୍ୟରେ ୧୨୦ ଦିନ ଧରି କଠୋର ପରୀକ୍ଷଣ କରାଯିବା ସହ ଏଥିରେ ବିଭିନ୍ନ ପ୍ରକାର ଉପକରଣ ପରୀକ୍ଷା କରାଯାଇଥିବା କଥା ଜଣେ ନୌସେନା ଅଧିକାରୀ କହିଛନ୍ତି।

Image Courtesy of Quora

ଖୁବ୍‌ ଶୀଘ୍ର ଭାରତୀୟ ନୌସେନାରେ ସାମିଲ ହେବାକୁ ଥିବା ଛଅଟି ସ୍କର୍‌ପିନ୍‌-କ୍ଲାସ୍‌ ବୁଡ଼ାଜାହାଜରୁ ଆଇଏନ୍‌ଏସ୍‌ କଳବରୀ ହେଉଛି ପ୍ରଥମ। ଏହି ବୁଡ଼ାଜାହାଜଟିକୁ ସମୁଦ୍ର ମଧ୍ୟରେ ୧୨୦ ଦିନ ଧରି କଠୋର ପରୀକ୍ଷଣ କରାଯିବା ସହ ଏଥିରେ ବିଭିନ୍ନ ପ୍ରକାର ଉପକରଣ ପରୀକ୍ଷା କରାଯାଇଥିବା କଥା ଜଣେ ନୌସେନା ଅଧିକାରୀ କହିଛନ୍ତି।

ଭାରତୀୟ ନୌସେନାର ପ୍ରକଳ୍ପ-୭୫ର ଏକ ଅଂଶ ହେଉଛି କଳବରୀ। ଏହି ପ୍ରକଳ୍ପରେ ଫରାସୀ ନୌସେନା ପ୍ରତିରକ୍ଷା ଏବଂ ଏନର୍ଜି କମ୍ପାନି ଡିସିଏନ୍‌ଏସ୍‌ ମିଳିତ ଭାବେ ସମୁଦାୟ ଛଅଗୋଟି ସ୍କର୍ପିନ୍‌-କ୍ଲାସ୍‌ ବୁଡ଼ାଜାହାଜ ନିର୍ମାଣ କରିବ। ମାଜାଗୋନ୍‌ ଡକ୍‌ ଲିମିଟେଡ୍‌ (ଏମ୍‌ଡିଏଲ୍‌) ଦ୍ୱାରା ବୁଡ଼ାଜାହାଜଗୁଡ଼ିକ ନିର୍ମାଣ କରାଯାଉଛି।

Image Courtesy of Business Line

ଭାରତୀୟ ମହାସାଗରର ଗଭୀର ଜଳରେ ରହୁଥିବା ହିଂସ୍ର ବ୍ୟାଘ୍ର ହାଙ୍ଗର ମାଛର (ଟାଇଗର୍‌ ସାର୍କ) ନାମାନୁସାରେ କଳବରୀକୁ ନାମିତ କରାଯାଇଛି। ୧୯୬୭ ମସିହା ଡିସେମ୍ବର ମାସ ୮ ତାରିଖ ଦିନ ମୂଳ ବା ପ୍ରଥମ ଆଇଏନ୍‌ଏସ୍‌ କଳବରୀକୁ ଭାରତୀୟ ନୌସେନାରେ ସାମିଲ କରାଯାଇଥିଲା। ଏହା ଥିଲା ଏକ ଫକ୍ସଟର୍ଟ-କ୍ଲାସ୍‌ ବୁଡ଼ାଜାହାଜ।

୨୦୧୪ ମସିହା ଜୁଲାଇ ୩୦ ତାରିଖରେ କଳବରୀର ପାଞ୍ଚଟି ଭାଗକୁ ଏକତ୍ର ଝଳେଇ କରି ଏକତ୍ର କରା ଯାଇଥିଲା। ଖଣ୍ଡିତ ଅଂଶ ଏକତ୍ର କରି ପୂର୍ଣ୍ଣ ଯୁଦ୍ଧପୋତ ନିର୍ମାଣ କରାଯିବାରେ କଳବରୀ ହେଉଛି ପ୍ରଥମ ଭାରତୀୟ ନୌସେନା ଜାହାଜ।

ଏ ବୁଡ଼ାଜାହାଜଟିର ହାରାହାରି ଦୈର୍ଘ୍ୟ ୬୭. ୫ ମିଟର ଏବଂ ଉଚ୍ଚତା ୧୨. ୩ ମିଟର। ସର୍ବନିମ୍ନ ଜଳପ୍ରତିରୋଧ ଉତ୍ପନ୍ନ କରିବା ପାଇଁ ଏହାର ହଲ୍‌ ଏବଂ ଫିନ୍‌ ଠାରୁ ଆରମ୍ଭ କରି ହାଇଡ୍ରୋପ୍ଲେନ୍‌ ଯାଏଁ ସବୁ ଉପକରଣ ସ୍ୱତନ୍ତ୍ର ଭାବେ ନିର୍ମିତ ହୋଇଛି।

ଏଥିରେ ଅତି ନିରବରେ ଚାଲୁଥିବା ପର୍‌ମାନେଣ୍ଟ୍‌ଲି ମାଗ୍ନେଟାଇଜ୍‌ଡ୍‌ ପ୍ରପୁଲ୍‌ସିଅନ୍‌ ମୋଟର୍‌କୁ ଚଳାଇବା ପାଇଁ ଏହି ଜାହାଜରେ ରହିଛି ୩୬୦ ଟି ବ୍ୟାଟେରି। ପ୍ରତି ବ୍ୟାଟେରିର ଓଜନ ୭୫୦ କିଲୋ। ପ୍ରେସର୍‌ ହଲ୍‌ ମଧ୍ୟରେ ଥିବା ସକ୍‌ଅବଜର୍‌ବିଙ୍ଗ୍‌ କ୍ରେଡେଲ୍‌ରେ ଓଜନଦାର ଉପକରଣ ରଖାଯାଇ ଜାହାଜର ଗୋପନୀୟତାକୁ ଆହୁରି ବଢ଼ାଇ ଦିଆଯାଇଛି।

ଜଳସ୍ତର ଉପରେ କିଂବା ତଳେ ଥିଲେ ମଧ୍ୟ ଏଥିରୁ କ୍ଷେପଣାସ୍ତ୍ରରେ ଆକ୍ରମଣ କରି ହେବ। କ୍ରାନ୍ତୀୟ ଅଞ୍ଚଳ ଠାରୁ ଆରମ୍ଭ କରି ଯେ କୌଣସି ସ୍ଥାନର ଯୁଦ୍ଧରେ ଏହାକୁ ବ୍ୟବହାର କରିହେବ। ଏହା କ୍ଷତିଗ୍ରସ୍ତ ହେବାର ସମ୍ଭାବନା ଅତି କ୍ଷୀଣ।

ଏବେ ପ୍ରକଳ୍ପ୭୫- ଶ୍ରେଣୀ ବୁଡ଼ାଜାହାଜ ଆଇଏନ୍‌ଏସ୍‌ ଖଣ୍ଡେରୀର ପରୀକ୍ଷଣ ଚାଲିଛି। ଖୁବ୍‌ ଶୀଘ୍ର ତାହାକୁ ନୌସେନାରେ ସାମିଲ କରାଯିବାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର