ପାକିସ୍ତାନକୁ ରାଜନାଥଙ୍କ ଚେତାବନୀ : ବହୁତ ବଡ଼ ଝଟ୍‌କା ମିଳିବ, ନୌସେନାରେ ସାମିଲ ହେଲା ଆଇଏନ୍‌ଏସ ଖଣ୍ଡେରି

ନୂଆଦିଲ୍ଲୀ : ଭାରତର ଦ୍ବିତୀୟ ସ୍କର୍ପିନ୍‌ କ୍ଲାସ୍‌ ଯୁଦ୍ଧ ବୁଡ଼ାଜାହାଜ ‘ଆଇଏନ୍‌ଏସ୍‌ ଖଣ୍ଡେରି’ ଆଜି ଭାରତୀୟ ନୌସେନାରେ ସାମିଲ୍‌ ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଦ୍ବାରା ଆଜି ନୌସେନାରେ ଆଇଏନ୍‌ଏସ ଖଣ୍ଡେରିକୁ ଆନୁଷ୍ଠନିକ ଭାବେ ସାମିଲ କରାଯାଇଛି। ମୁମ୍ବାଇରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଭାରତୀୟ ନୌସେନାରେ ଏହି ନୂଆ ଶକ୍ତି ସାମିଲ ହୋଇଛି। ନୌସେନା ମୁଖ୍ୟ ଆଡମିରାଲ କରମବୀର ସିଂହ ଏବଂ ଅନ୍ୟ ବରିଷ୍ଠ ଅଧିକ‌ାରୀମାନେଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଆଇଏନ୍‌ଏସ୍‌ ଖଣ୍ଡେରି ବାଦ୍‌ ଭାରତର ପି-୧୭ ଶିବଲିକ -କ୍ଲାସ୍‌ ‘ଫ୍ରିଗେଟ୍‌ ନୀଳଗିରି’ ଏବଂ ଏୟାରକ୍ରାଫ୍ଟ୍‌ କ୍ୟାରିୟର ‘ଡ୍ରାଏ ଡକ୍‌’ ମଧ୍ୟ ଆଜି ନୌସେନାରେ ସାମିଲ କରାଯାଇଛି।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ଆଜି ପାକିସ୍ତାନକୁ କଡ଼ା ଚେତାବନୀ ଦେଇ କହିଛନ୍ତି, ପାକିସ୍ତାନ ଏବେ ବୁଝିଯିବା ଦରକାର ଯେ , ଭାରତ ଏବେ ଏହାକୁ ୧୯୭୧ ଠାରୁ ଅଧିକ ବଡ଼ ଆକ୍ରମଣ କରିପାରିବ। ଜାତିସଂଘ ସାଧାରଣ ପରିଷଦରେ ଇମ୍ରାନ୍‌ ଦେଇଥିବା ଭାଷଣ ବିରୋଧରେ ତୀବ୍ର ମନ୍ତବ୍ୟ ରଖି ରାଜନାଥ କହିଛନ୍ତି, କଶ୍ମୀରରେ ହେଉଥିବା ବିଭିନ୍ନ ବିକାଶମୂଳକ ପଦ‌‌କ୍ଷେପକୁ ସାରା ବିଶ୍ବ ସମର୍ଥନ କରୁଛି, ଅନ୍ୟପକ୍ଷେ ଇମ୍ରାନ ଘୃଣାର ପ୍ରସାର କରୁଥିବାରୁ ସବୁ ସ୍ଥାନରେ ନିରାଶ ହେବାକୁ ପଡ଼ିଛି। ଭାରତର ପଶ୍ଚିମ ଉପକୂଳରେ ୨୬/୧୧ ପରି ଆକ୍ରମଣ ଆଶଙ୍କା ଥିବାରୁ ଏଭଳି ଷଡ଼ଯନ୍ତ୍ର ଆଦୌ ସଫଳ ହେବାକୁ ଦିଆଯିବ ନାହିଁ ବୋଲି ରାଜନାଥ କହିଛନ୍ତି।

ସମ୍ବନ୍ଧିତ ଖବର