ନୌସେନାରେ ସାମିଲ ହେଲା ଯୁଦ୍ଧ ଜାହାଜ ‘ଆଇଏନ୍‌ଏସ୍‌ କିଲ୍‌ଟାନ’

ବିଶାଖାପାଟଣା : ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଯୁଦ୍ଧ ଜାହାଜ ‘ଆଇଏନ୍‌ଏସ୍‌ କିଲ୍‌ଟାନ’କୁ ଆଜି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଭାରତୀୟ ନୌସେନା ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ନୌସେନାରେ ପୂର୍ବରୁ ସାମିଲ ହୋଇଥିବା ଶିବାଲିକ, କୋଲକାତା ଶ୍ରେଣୀର ଯୁଦ୍ଧ ଜାହାଜ ସାଙ୍ଗକୁ ଆଇଏନ୍‌ଏସ୍‌ କାମୋର୍ତା ଏବଂ ଆଇଏନ୍‌ଏସ୍‌ କାଦମତ୍ତ ସହିତ କିଲ୍‌ଟାନ୍‌ର କାର୍ଯ୍ୟଶୈଳୀ ଭାରତୀୟ ନୌସେନାକୁ ଯଥେଷ୍ଟ ଶକ୍ତିଶାଳୀ କରାଇବ ବୋଲି ଜଣେ ବରିଷ୍ଠ ନୌସେନା ଅଧିକାରୀ କହିଛନ୍ତି। ଏହା ନୌସେନାର ପ୍ରଥମ ଯୁଦ୍ଧ ଜାହାଜ ଯାହାକୁ କୌଣସି ବୁଡ଼ାଜାହାଜ ସହଜରେ ଠାବ କରିପାରିବନାହିଁ। ଏହାର ଓଜନ ମଧ୍ୟ କମ୍‌ ରହିଥିବାରୁ ଏହା କ୍ଷିପ୍ର ବେଗରେ ଗତି କରିବାକୁ ସକ୍ଷମ। ସର୍ବୋପରି ଏହି ଜାହାଜରେ ପ୍ରାୟ ସବୁ ପ୍ରକାରର ଭାରତୀୟ ଯୁଦ୍ଧାସ୍ତ୍ରକୁ ସାଗର ଗର୍ଭରେ ସଫଳ ଭାବେ ପରୀକ୍ଷଣ କରାଯାଇସାରିଛି।

ସମ୍ବନ୍ଧିତ ଖବର