ଭାରତୀୟ ନୌସେନାର ସବୁଠାରୁ ଶକ୍ତିଶାଳୀ ଜାହାଜ ଚୀନ୍‌ ଗସ୍ତରେ

ନୂଆଦିଲ୍ଲୀ: ଭାରତୀୟ ନୌସେନାର ସବୁଠାରୁ ଶକ୍ତିଶାଳୀ ଜାହାଜ ଆଇଏନଏସ୍‌ କଲିକତା ରବିବାର ଚୀନ୍‌ ଗସ୍ତରେ ବାହାରିବ । ଚୀନ୍‌ ନୌସେନାର ୭୦ ତମ ବାର୍ଷିକ ସମାରୋହରେ ପ୍ରଦର୍ଶନ ପାଇଁ ଚୀନ୍‌ ଭାରତରୁ ଦୁଇ ଜାହାଜକୁ ନିମନ୍ତ୍ରଣ ପଠାଇଛି । ଯେଉଁଥିରେ ପ୍ରଥମ ଜାହାଜ ରବିବାର ଯାଉଥିବାବେଳେ ଅନ୍ୟ ଆଇଏନଏସ୍‌ ଶକ୍ତି ଏପ୍ରିଲ୍‌ ୨୬ ତାରିଖରେ ଚୀନ୍‌ ଅଭିମୁଖେ ବାହାରିବ । ଏହି ଜାହାଜକୁ ୨୦୧୪ ଅଗଷ୍ଟ ୧୬ରେ ଭାରତୀୟ ନୌସେନାରେ ସାମିଲ୍‌ କରାଯାଇଥିଲା । ଏହି ଜାହାଜ ଉପରେ ବାରାକ୍‌ ମିସାଇଲ୍‌ ଲାଗିଛି ।

News18 Hindi

ଆଇଏନଏସ୍‌ କଲିକତା ଜାହାଜର ସବୁଠାରୁ ମୁଖ୍ୟ କଥା ହେଉଛି ଏହି ଜାହାଜକୁ ସ୍ୱଦେଶୀ ଟେକନିକ୍‌ ମାଧ୍ୟମରେ ପ୍ରସ୍ତୁତ କରାଯାଇଛି । ଏଥିରେ ଲାଗିଥିବା ଅସ୍ତ୍ରଶସ୍ତ୍ର ଏବଂ ସେନ୍‌ସର ଘରୋଇ ଟେକନିକ୍‌ ମାଧ୍ୟମରେ ପ୍ରସ୍ତୁତ ହୋଇଛି । ଏହି ଜାହାଜକୁ ପ୍ରସ୍ତୁତ କରିବା ପାଇଁ ଭାରତ ସରକାରଙ୍କ ତରଫରୁ ୨୬୦୦କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏହାର ଚଳନ ୩୦ ନଟିକଲ୍‌ କି.ମି. ପ୍ରତି ଘଣ୍ଟା ହୋଇଥାଏ । ଏହା ୧୫୦୦୦ କି.ମିର ଅପରେଟିଙ୍ଗ୍‌ ରେଞ୍ଜ ସହ ୨୯୦ କି.ମିର ଅଟେକିଙ୍ଗ୍‌ ରେଞ୍ଜ ରଖିଥାଏ ଯାହା ଏହା ଉପରେ ଥିବା ବ୍ରହ୍ମୋଶ୍‌ ମିସାଇଲ୍‌ ଦେଇଥାଏ।

India Gazette

ଏହା ଉପରେ ଇଡବ୍ଲୁଏସ୍‌ ଏଲୋରା ଏବଂ ଏକେ-୩୬୦ ଭଳି ଖତରନାକ ତୋପ ଲାଗିଛି । ପନଡୁବ୍ଦୀର ଖବର ନେଉଥିବା ୪ ଟାରପିଡୋ ଏବଂ ୨ ଆଣ୍ଟି ସବମରିନ୍‌ ରକେଟରୁ ମଧ୍ୟ ଏହା କମ୍‌ । ଆଇଏନଏସ୍‌ କଲିକତାର ସବୁଠାରୁ ବଡ ଶକ୍ତି ହେଉଛି ଏହାର ଷ୍ଟେଲ୍ଥ ଟେକନିକ୍‌। ନିଜର ବିଶେଷ ଡିଜାଇନ୍‌ କାରଣରୁ ଆଇଏନଏସ୍‌ କଲିକତା ଯେତେବେଳେ ପର୍ଯ୍ୟନ୍ତ ଶତ୍ରୁଙ୍କ ପାଖରେ ପହଞ୍ଚି ନଥାଏ ସେତେବେଳ ପର୍ଯ୍ୟନ୍ତ ଏହା ଏକ ଛୋଟ ନୌକା ଭଳି ହିଁ ଦେଖାଯିବ । ଏହି ଜାହାଜ ଉପରେ ୩୦ ନୌସେନା ଅଫିସର ଏବଂ ୩୦୦ ନୌ ସୈନିକ ରହିଛନ୍ତି ।

ସମ୍ବନ୍ଧିତ ଖବର