ମୁମ୍ବାଇ: ମାଜାଗାଓଁ ଡକ୍ ଲିମିଟେଡ୍ ଠାରେ ପରୀକ୍ଷା ନିମନ୍ତେ ସୋମବାର ଦିନ ଭାରତୀୟ ନୌସେନାର ଚତୁର୍ଥ ଗୁପ୍ତ ସ୍କର୍ପିନ୍ ଶ୍ରେଣୀୟ ବୁଡ଼ାଜାହାଜ ‘ବେଲା’କୁ ଲଞ୍ଚ୍ କରାଯାଇଛି। ଭାରତୀୟ ନୌସେନାର ଜଳମଧ୍ୟସ୍ଥ ସାମର୍ଥ୍ୟ ବଢ଼ାଇବାରେ ଏହି ବୁଡ଼ାଜାହାଜ ଲଞ୍ଚ୍ କରାଯିବା ଗୁରୁତ୍ୱପୂର୍ଣ୍ଣ କଥା।
ଏମ୍ଡିଏଲ୍ ଠାରେ ସମ୍ପୂର୍ଣ୍ଣରେ ଫିଟିଙ୍ଗ୍ କରାଯାଇଥିବା ‘ଆଇଏନ୍ଏସ୍’ ବେଲା ହେଉଛି ୬ଟି ସ୍କର୍ପିନ୍ ଶ୍ରେଣୀୟ ବୁଡ଼ାଜାହାଜ ମଧ୍ୟରୁ ଚତୁର୍ଥ।
ଏହି ଶ୍ରେଣୀୟ ପ୍ରଥମ ବୁଡ଼ାଜାହାଜ ହେଉଛି ଡିସେମ୍ବର ୧୪, ୨୦୧୭ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ଲଞ୍ଚ୍ ହୋଇଥିବା ଆଇଏନ୍ଏସ୍ ‘କାଲବରୀ’।
ଦ୍ୱିତୀୟଟି ହେଉଛି ଆଇଏନ୍ଏସ୍ ‘ଖଣ୍ଡେରୀ’ ଏବଂ ତୃତୀୟଟି ହେଉଛି ‘ଆଇଏନ୍ଏସ୍ କରଞ୍ଜ୍’।
ଆଇଏନ୍ଏସ୍ ‘ଖଣ୍ଡେରୀ’ ଏବଂ ‘ଆଇଏନ୍ଏସ୍ କରଞ୍ଜ୍’ ନୌସେନା ଫ୍ଲିଟ୍ରେ ଯୋଗ ଦେବା ଉପରେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/ins-vela.jpg)