କରୋନା ସହ ଲଢେଇ ଚାଲିଛି ଆଉ ଜୀବନ ସଙ୍ଗୀତ ଶୁଣୁଛନ୍ତି କୋଭିଡ ଆକ୍ରାନ୍ତ

ନୂଆଦିଲ୍ଲୀ: ମୃତ୍ୟୁ କଣ ସିଏ ବୁଝିନାହାନ୍ତି, କିନ୍ତୁ ନିଜର ଉଠାଣିଗଡ଼ାଣି ଜୀବନକୁ ଖୁବ ଭଲ ପାଆନ୍ତି | ବଂଚିବାର ସଂଜୀବନୀ ଭାବରେ ଅକ୍ସିଜେନ ସାଙ୍ଗକୁ ଦୃଢ ମନୋବଳ ଅଛି | ଆଜି ଆମେ ଆପଣଙ୍କୁ ଏମିତି ଜଣେ ଯୁବତୀଙ୍କ କାହାଣୀ କହିବୁ ଯାହାଙ୍କ ପାଖରୁ ପ୍ରେରଣାଟିଏ ମିଳିଛି ଯେ ଆଶା ଛାଡିବା ଉଚିତ ନୁହେଁ | ମୁହଁରେ ଅକ୍ସିଜେନ ଜଡିତ ମାସ୍କ | ପ୍ଲାଜମା ଥେରାପି ସାଙ୍ଗକୁ ନେଉଛନ୍ତି ରେମିଡିସିଭିର | ଆଇସିୟୁ ବେଡ଼ ଉପଲବ୍ଧ ନଥିବାରୁ ଜେନେରାଲ ୱାର୍ଡରେ ଭର୍ତ୍ତି ହୋଇଛନ୍ତି | ଜୀବନ-ମୃତ୍ୟୁ ସହ ସଂଘର୍ଷ ବେଳେ ବି ହାରିନାହାଁନ୍ତି ମନୋବଳ |

ଆଉ ହସ୍ପିଟାଲର ଏମିତି ଏକ ଦୃଶ୍ୟକୁ ଜଣେ ଡାକ୍ତର ନିଜ ଟ୍ୱିଟରରେ ସେୟାର କରିଛନ୍ତି | ସୂଚନା ମୁତାବକ ଯୁବତୀଙ୍କ ବୟସ ୩୦ ବର୍ଷ | ଯିଏ କରୋନା ସଂକ୍ରମିତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ | ତାଙ୍କର ଆଇସିୟୁ ଆବଶ୍ୟକ ଥିଲେ ବି ମେଡିକାଲରେ ବେଡ଼ ଅଭାବରୁ କୋଭିଡ ଏମର୍ଜେନ୍ସି ୱାର୍ଡରେ ୧୦ ଦିନ ହେଲା ଅଛନ୍ତି | ପ୍ଲାଜମା ଥେରାପି ସାଙ୍ଗକୁ  ରେମିଡିସିଭିର ନେଉଛନ୍ତି |


ଆଉ ମନରେ ଏତେ ଚାପ ଥିଲେ ବି ଡାକ୍ତରଙ୍କୁ କହିଥିଲେ ଯେ ତାଙ୍କ ପ୍ରିୟ ଗୀତ ‘ଲଭ ୟୁ ଜିଁଦେଗି’ ବଜାନ୍ତୁ | ଆଉ ଡାକ୍ତର ବି ତାଙ୍କ ପ୍ରିୟ ଗୀତ ବଜାଉଛନ୍ତି | ମେଡିକାଲ ବେଡ଼ରେ ପ୍ରତିକୂଳ ପରିସ୍ଥିତିରେ କରୋନାକୁ ଜିତି ପୁଣି ଜୀବନକୁ ନୂଆ ଢଙ୍ଗରେ ଆରମ୍ଭ କରିବାର ପ୍ରତ୍ୟାଶା ଅଛି | ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ମୋନିକା ଲଂଗେହଁ ଯେତେବେଳେ ଏହି ଭିଡିଓକୁ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ଆଉ ଲେଖିଥିଲେ ଯେ ଆଶା ଛାଡିବା କଥା ନୁହେଁ, ସେତେବେଳେ ବହୁ ସଂଖ୍ୟାରେ ଲୋକ ଏହାକୁ ପସନ୍ଦ କରିଛନ୍ତି |

ସମ୍ବନ୍ଧିତ ଖବର