ନୂଆଦିଲ୍ଲୀ: ଜଣେ ବ୍ୟକ୍ତି ଯିଏ ଦିନେ ଗଛରୁ ଫଳ ତୋଳି ବିକ୍ରି କରୁଥିଲେ, ମନ୍ଦିର ବାହାରେ ବାଦାମ ବିକ୍ରି କରିବା ସହ ୱେଟର ଭାବରେ କାମ କରିଥିଲେ… ଆଜି ସେ ନିଜର ପରିଶ୍ରମ ଏବଂ ନିଷ୍ଠା ପାଇଁ ଏକ ବଡ ବ୍ୟବସାୟୀ ହୋଇପାରିଛନ୍ତି। ତାଙ୍କର ଦେଶରେ ଏବଂ ଦେଶ ବାହାରେ ଲକ୍ଷ ଲକ୍ଷ ଫଲୋୟର୍ସ ଅଛନ୍ତି। ନିକଟରେ ସେ ତାଙ୍କର ପ୍ରେରଣାଦାୟୀ କାହାଣୀ ଟ୍ବିଟ କରି ସେୟାର କରିବା ପରେ ତାଙ୍କ କାହାଣୀ ସମସ୍ତଙ୍କ ପାଖରେ ପହଞ୍ଚିଛି।
ଆମେ ଏଠାରେ ପ୍ରସିଦ୍ଧ ରୋଷେୟା ତଥା ଉଦ୍ୟୋଗୀ ସୁରେଶ ପିଲ୍ଲାଇଙ୍କ ବିଷୟରେ କହୁଛୁ। ୪୫ବର୍ଷିୟ ସୁରେଶ ‘ରେଷ୍ଟୁରାଣ୍ଟ ସେଫ୍ ପିଲ୍ଲାଇ’ର ପ୍ରତିଷ୍ଠାତା ଅଟନ୍ତି। ବାଙ୍ଗାଲୋର, କୋଚି, କତାର, ଦୁବାଇ ଇତ୍ୟାଦି ସ୍ଥାନରେ ତାଙ୍କର ରେସ୍ତୋରାଁ ରହିଛି। ଧୀରେ ଧୀରେ ତାଙ୍କ ରେସ୍ତୋରାଁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସେ କେରଳର ସର୍ବୋତ୍ତମ ଖାଦ୍ୟର ସ୍ୱାଦ ଲୋକଙ୍କ ପାଖରେ ପହଞ୍ଚାଇ ଏବେ ସାରା ବିଶ୍ୱରେ ଲୋକପ୍ରିୟ ହୋଇପାରିଛନ୍ତି।
କେରଳରେ ଜନ୍ମିତ ସୁରେଶ ମେ’ ୨୯ରେ ଟ୍ୱିଟରରେ ନିଜର ଏକ ଫଟୋ ପୋଷ୍ଟ କରିଥିଲେ। ଫଟୋ ପୋଷ୍ଟ କରି ସେ ଏକ କ୍ୟାଟରିଂ ସେବା କରୁଥିବା ବାଳକରୁ କିପରି ଜଣେ ବଡ଼ ବ୍ୟବସାୟୀ ହେଲେ ତାହା ବ୍ୟାଖ୍ୟା କରିଥିଲେ। ତାଙ୍କ ଟ୍ୱିଟରେ ସେ ଲେଖିଥିଲେ, ଏକ ବିବାହ ସମାରୋହରେ ଖାଦ୍ୟ ପରିବେଷଣ କରୁଥିବା ଏହି ୧୮ବର୍ଷର ବାଳକ ହେଉଛି ସେହି ସମାନ ରୋଷେୟା ପିଲ୍ଲାଇ ଯାହାଙ୍କୁ ଆଜି ଆପଣ ଜାଣିଛନ୍ତି।
This 18-year-old catering boy serving food at a random reception is the same Chef Pillai you know me as, today.
A friend of mine sent me this photo a few days back, and it took me back years.
When you have nothing, you have to start somewhere, right?
All my life, I’ve been a… pic.twitter.com/xjl4JLqcbg— suresh pillai (@chef_pillai) May 29, 2023
ସେ ଆଗକୁ ଲେଖିଥିଲେ, ମୁଁ ମୋର ପ୍ରଥମ ‘ବ୍ୟବସାୟ’ ଷଷ୍ଠ କିମ୍ବା ସପ୍ତମ ଶ୍ରେଣୀରେ ଆରମ୍ଭ କରିଥିଲି। ଆମ ଘରେ ଏକ ବଡ କାମ୍ବିଲି ମୁସୁ/ କାମ୍ବିଲି ନାରଙ୍ଗ ଗଛ ଥିଲା। ମୁଁ ଏହାକୁ ଏତେ ଭଲ ପାଉଥିଲି ଯେ ମୁଁ ସକାଳ ୫ଟାରେ ଉଠି ସେ ଫଳକୁ ଜଳଖିଆରେ ଖାଉଥିଲି। ହେଲେ ପରେ ଏହା ମୋର ଆୟ କରିବାର ପ୍ରଥମ ଉତ୍ସ ପାଲଟିଥିଲା। ଗୋଟିଏ କାମ୍ବିଲି ନାରଙ୍ଗକୁ ମୁଁ ବଜାରରେ ୨୫ପଇସାରେ ବିକ୍ରି କରିବା ଆରମ୍ଭ କରିଥିଲି। ଏହା ପରେ ପରେ ମୁଁ କେରଳର କୋଲ୍ଲମ ସହରରେ ଥିବା ଏକ ମନ୍ଦିର ବାହାରେ ବାଦାମ ବିକ୍ରି କରିବା ଆରମ୍ଭ କଲି। ୨ରୁ ୩କିଲୋଗ୍ରାମ ବାଦାମ କିଣିବା ପରେ ଏହାକୁ ଭଲ ଭାବରେ ଭାଜି ମୁଁ ବିକ୍ରି କରୁଥିଲି। କିଶୋର ଅବସ୍ଥାରେ ମୁଁ ହୋଟେଲ ୱେଟର ଥିଲି, ଏକ ମନ୍ଦିରର ରେସ୍ତୋରାଁ ସଫେଇ କର୍ମଚାରୀ ଭାବରେ କାମ କଲି, ଏହା ବ୍ୟତୀତ କ୍ୟାଟରିଂ ବଏ ଭାବରେ ମଧ୍ୟ କାମ କରିଥିଲି। ଆଜି ମୁଁ ଯାହା ବି ସଫଳତା ପାଇଛି, ମୋର ଅତୀତର ଅନୁଭୂତିରୁ ପାଇଛି।