ଦୁଇ ପୁଅ ଥାଉ ଥାଉ ୯୦ବର୍ଷିୟ ମା’ର ଶବକୁ କାନ୍ଧେଇଲେ ଝିଅ ଏବଂ ବୋହୂ,ଏହା ପଛରେ ଥିଲା ଏହି ଭଳି କାରଣ

ବାରଣାସୀ : ରବିବାର ଉତ୍ତରପ୍ରଦେଶରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି । ଉତ୍ତରପ୍ରଦେଶର ବାରଣାସୀ ଜିଲ୍ଲାରେ ୯୦ବର୍ଷିୟ ବୃଦ୍ଧାଙ୍କ ମୃତ୍ୟୁ ପରେ ତାଙ୍କ ଶବକୁ ପୁଅମାନେ କାନ୍ଧେଇବା ଅପେକ୍ଷା ତାଙ୍କ ଝିଅ ଏବଂ ବୋହୂ କାନ୍ଧେଇଥିବା ଦେଖିବାକୁ ମିଳିଥିଲା । ବୃଦ୍ଧାଙ୍କ ଦୁଇ ପୁଅ ସେଠାରେ ଉପସ୍ଥିତ ଥାଇ ମଧ୍ୟ କିଛି ଖାସ୍‌ କାରଣ ପାଇଁ ସେ ଏହି କାମର ବିରୋଧ କରି ନ ଥିଲେ ।

The Independent

ସୂଚନା ମୁତାବକ, ବରିୟାସନପୁର ଗ୍ରାମରେ ଜଣେ ୯୦ବର୍ଷିୟ ବୃଦ୍ଧାଙ୍କୁ ତାଙ୍କ ଝିଅ ଏବଂ ବୋହୂ ପରମ୍ପରାକୁ ଭାଙ୍ଗି ତାଙ୍କ ଶବ କାନ୍ଧେଇ ଗାଁ ବାହାରକୁ ନେଇଥିଲେ । ଏହି କାମ କରି ସାରିବା ପରେ ବୃଦ୍ଧାଙ୍କ ଝିଅ ମୁଁ ମୋ ମା’ଙ୍କ ଶେଷ ଇଚ୍ଛା ପୂରଣ କରିଛି ବୋଲି କହିଥିଲେ । ମୃତ ସନ୍ତଳା ଦେବୀ ମରିବା ପୂର୍ବରୁ ନିଜର ଶେଷ ଇଚ୍ଛା ଜଣାଇଥିଲେ । ମୁଁ ମରିବା ପରେ ମୋ ଝିଅ ଏବଂ ବୋହୂ ମୋ ଶବକୁ କାନ୍ଧେଇବେ ବୋଲି କହିଥିଲେ । ସମାଜରୁ ପୁଅମାନେ ହିଁ କେବଳ ଶବ କାନ୍ଧେଇ ପାରିବେ ସେ ଭାବନାକୁ ଦୂର କରିବା ସହ ଝିଅମାନେ ମଧ୍ୟ ଶବ କାନ୍ଧେଇବା ପାଇଁ ସକ୍ଷମ ତାହା ଜଣାଇବା ପାଇଁ ସନ୍ତଳା ଦେବୀ ଏପରି କହିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର