ଇଂଷ୍ଟାଗ୍ରାମରେ ୨୪ ଲକ୍ଷ ଫଲୋଅର୍ସ ଥିବା ବିଲେଇ ଲିଲ ବବର ମୃତ୍ୟୁ, ଭିନ୍ନ ଢଙ୍ଗରେ ନାସା ମଧ୍ୟ ଦେଲା ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ଇଂଷ୍ଟାଗ୍ରାମରେ ସେଲିବ୍ରେଟି ହୋଇସାରିଥିବା ଆମେରିକାର ଷ୍ଟାର ବିଲେଇର ୮ବର୍ଷ ବୟସରେ ମୃତ୍ୟୁ ହୋଇଛି । ୨୪ ଲକ୍ଷରୁ ଅଧିକ ଫଲୋଅର୍ସ ଥିବା ଏହି ବିଲେଇର ମାଲିକ ମେହକ ବି୍ରଦଭାସିକ ନିଜ ପ୍ରିୟ ବିଲେଇର ମୃତ୍ୟୁ ସୂଚନା ଇଂଷ୍ଟାଗ୍ରମ ମଧ୍ୟମରେ ଦେଇଛନ୍ତି । ବବ ଛୋଟବେଳୁ ବାଉନିପନ ରୋଗରେ ଆକ୍ରାନ୍ତ ଥିଲା । ତାଙ୍କ ମୃତ୍ୟୁ ଶୋକରେ ନାସା ଟ୍ୱିଟ କରି ଲେଖିଛି ଯେ, ଆମେ ଆପଣଙ୍କ ସହ ଅନ୍ତରୀକ୍ଷରେ ଭେଟ ହେବୁ । ବବ୍ ଆପଣଙ୍କର ଯାତ୍ରା ସଫଳ ହେଉ ।

Photo-NYIpost

ଲିଲ ବବ୍ ମାତ୍ର ୨ ବର୍ଷର ଥିବା ବେଳେ ମେହକ ତାଙ୍କୁ ଆଣିଥିଲେ । ବବଙ୍କ ଉପରେ ଏକ ଡକୁମେଣ୍ଟ୍ରି ଲିଲ ବବ୍ ଏଣ୍ଡ ଫ୍ରେଣ୍ଡଜ ମଧ୍ୟ ପ୍ରସ୍ତୁତ ହୋଇସାରିଛି । ବବଙ୍କର ସଂଗୀତରେ ମଧ୍ୟ ରୁଚି ଥିଲା ।

ତାଙ୍କର ସେନ୍ସ ଏ ମ୍ୟାଜିକ – ଏ ସାଂଣ୍ଡରଟ୍ରିକ ଟୁ ଦ ୟୁନିର୍ଭସ ଓ ସ୍ନୋପ ଡଗ ମୈ ଜଭେସଲସ ନାମକ ଆଲବମ ମଧ୍ୟ ହୋଇଛି । ସୂଚନା ଅନୁଯାୟୀ, ଦାଙ୍କର ଦାନ୍ତ ନଥିଲା ସେଥିଲାଗି ତାଙ୍କ ଜିଭ ବାହାରିକି ରହୁଥିଲା । ଯାହାଫଳରେ ସେ ଅତ୍ୟନ୍ତ ସୁନ୍ଦର ଦେଖାଯାଏ ଏବଂ ଏକ ଚପଳମତି ବିଲେଇ ଭାବରେ ସେ ସୋସିଆଲ ମିଡିଆରେ ଅନେକ ପରିଚିତ ଥିଲେ ।

ସମ୍ବନ୍ଧିତ ଖବର