ୱାସିଂଟନ: ଲସ୍ ଆଞ୍ଜେଲସ୍ରେ ସୋସିଆଲ ମିଡିଆ କମ୍ପାନିଗୁଡ଼ିକ ବିରୋଧରେ ଏକ ବଡ଼ ମାମଲା ଚାଲିଛି। ଶୁଣାଣି ସମୟରେ, ଇନଷ୍ଟାଗ୍ରାମ ମୁଖ୍ୟ ଆଡାମ ମୋସେରି କୋର୍ଟଙ୍କୁ କହିଛନ୍ତି, ଲୋକମାନେ ସୋସିଆଲ ମିଡିଆ ପ୍ରତି କ୍ଲିନିକାଲ୍ ଭାବରେ ନିଶାଗ୍ରସ୍ତ ହୋଇଯାଉଥିବା ଏଭଳି ଚିନ୍ତାଧାରା ସହ ମୁଁ ଏକମତ ନୁହେଁ। ତାଙ୍କର ଏହି ମନ୍ତବ୍ୟ ଏପରି ଏକ ସମୟରେ ଆସିଛି ଯେତେବେଳେ ଅନେକ ପରିବାର ଅଭିଯୋଗ କରୁଛନ୍ତି ଯେ, ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକ ପିଲା ଓ କିଶୋରମାନଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଉଛି। ଏହି ମାମଲାରେ ମେଟାର ଇନଷ୍ଟାଗ୍ରାମ ଓ ଫେସବୁକ ତଥା ଗୁଗୁଲର ୟୁଟ୍ୟୁବ୍ ମୁଖ୍ୟ ଅଭିଯୁକ୍ତ। ଟିକଟକ୍ ଓ ସ୍ନାପ୍ ଏନେଇ ସହମତି ଭିତ୍ତିକ ବୁଝାମଣା କରି ସାରିଛନ୍ତି। ଏହି ନିଷ୍ପତ୍ତି ଏପରି ହଜାର ହଜାର ମାମଲାକୁ ପ୍ରଭାବିତ କରିପାରେ ବୋଲି ଅନୁମା୍ନ କରାଯାଉଛି।
ମାମଲା କ’ଣ?
ଏହି ମାମଲାର କେନ୍ଦ୍ରରେ ଜଣେ ୨୦ ବର୍ଷୀୟ ଯୁବତୀ ଅଛନ୍ତି। ତାଙ୍କୁ କେଜିଏମ୍ ଭାବରେ ଚିହ୍ନଟ କରାଯାଇଛି। ମାମଲାରେ ତାଙ୍କ ସହିତ ଅନ୍ୟ ଦୁଇଜଣଙ୍କୁ ଡକାଯାଇଥିଲା। ପରିବାର ଅଭିଯୋଗ କରିଛନ୍ତି ଯେ, ସୋସିଆଲ ମିଡିଆ କମ୍ପାନିଗୁଡ଼ିକ ଏପରି ବୈଶିଷ୍ଟ୍ୟ ଓ ଆଲଗୋରିଦମ ସୃଷ୍ଟି କରିଛନ୍ତି ଯାହା ପିଲାମାନଙ୍କୁ ଦୀର୍ଘ ସମୟ ପାଇଁ ଆପ୍ସରେ ନିୟୋଜିତ ରଖୁଛି। ସେମାନେ କହିଛନ୍ତି ଯେ, ଏହା ପିଲାମାନଙ୍କ ମଧ୍ୟରେ ଡିପ୍ରେସନ୍, ଚିନ୍ତା ଓ ଅନ୍ୟାନ୍ୟ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ବୃଦ୍ଧି କରିବାରେ ସହାୟକ ହେଉଛି।
ଅଧିକପଢ଼ନ୍ତୁ:କାନାଡା ସ୍କୁଲ ଗୁଳିକାଣ୍ଡ: ପ୍ରଥମେ ମା’ ଓ ସାବତ ଭାଇଙ୍କୁ ଗୁଳି କରି ହତ୍ୟା କରିଥିଲେ ଟ୍ରାନ୍ସଜେଣ୍ଡର ମହିଳା
ଇନଷ୍ଟାଗ୍ରାମ ମୁଖ୍ୟ କଣ କହିଲେ?
କୋର୍ଟରେ ମୋସେରି କହିଛନ୍ତି, ଏକ ପଦାର୍ଥର ଅତ୍ୟଧିକ ବ୍ୟବହାର ଓ ନିଶା ଦୁଇଟି ଭିନ୍ନ ଜିନିଷ। ସେ କହିଛନ୍ତି, ଅନେକ ଲୋକ ଇନଷ୍ଟାଗ୍ରାମରେ ଅତ୍ୟଧିକ ସମୟ ବିତାଇଥାନ୍ତି ଓ ପରବର୍ତ୍ତୀ ସମୟରେ ଖରାପ ଅନୁଭବ କରିଥାନ୍ତି। କିନ୍ତୁ ଏହାକୁ ଏକ ରୋଗ ବୋଲି କହିବା ଅନୁଚିତ।
ଫିଲ୍ଟର ଓ ବଡ଼ି ଇମେଜ ଉପରେ ଯୁକ୍ତି
ଶୁଣାଣିରେ ଇନଷ୍ଟାଗ୍ରାମର ବିୟୁଟି ଫିଲ୍ଟରଗୁଡ଼ିକ ଉପରେ ମଧ୍ୟ ପ୍ରଶ୍ନ ଉଠିଥିଲା। ଅଭିଯୋଗ ହୋଇଛି, ଏହି ଫିଲ୍ଟରଗୁଡ଼ିକ ଏପରି ଭାବରେ ମୁହଁକୁ ପରିବର୍ତ୍ତନ କରିଥାନ୍ତି ଯାହା ଯୁବବର୍ଗମାନଙ୍କ ମଧ୍ୟରେ ନିଜ ଶରୀରକୁ ନେଇ ଅସନ୍ତୋଷ ବୃଦ୍ଧି କରିପାରେ। ସେମାନଙ୍କ ଉପରେ ପ୍ଲାଷ୍ଟିକ୍ ସର୍ଜରୀ ପାଇଁ ଚାପ ପକାଇପାରେ। ମେଟା ଜାନୁଆରି ୨୦୨୫ରେ ତୃତୀୟ-ପକ୍ଷ ଏଆର ଫିଲ୍ଟରଗୁଡ଼ିକୁ ନିଷିଦ୍ଧ କରିଥିଲା।
ସୁରକ୍ଷା ଦାବି ବନାମ ଅଭିଯୋଗ
ମେଟା କହିଛି ଯେ, ଏହା କିଶୋରମାନଙ୍କୁ ସୁରକ୍ଷା ଦେବା ପାଇଁ ଅନେକ ନୂତନ ବୈଶିଷ୍ଟ୍ୟ ଯୋଡିଛି। ତଥାପି, ସମାଲୋଚକମାନଙ୍କ ଅନୁସାରେ ଗବେଷଣା ଉପରେ ଆଧାରିତ କିଶୋର ଆକାଉଣ୍ଟଗୁଡ଼ିକୁ ଏବେ ବି ଅନୁପଯୁକ୍ତ ଯୌନ ବିଷୟବସ୍ତୁ ଓ ଆତ୍ମ-କ୍ଷତି ପହଞ୍ଚାଊଥିବା ବିଷୟବସ୍ତୁ ଉପଲବ୍ଧ କରାଯାଉଛି। ତେବେ କମ୍ପାନି ଏହି ଅଭିଯୋଗଗୁଡ଼ିକୁ ମିଥ୍ୟା ଓ ଭ୍ରାମକ ବୋଲି କହିଛି।
ଅଧିକପଢ଼ନ୍ତୁ:ପୁଣି ଶହ ଶହ ବିମାନ ଉଡ଼ାଣ ବାତିଲ ଆଶଙ୍କା: ସତର୍କ କଲେ ଏୟାର ଇଣ୍ଡିଆ, ଇଣ୍ଡିଗୋ, ସ୍ପାଇସ୍ଜେଟ୍
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/02/12/untitled-15-2026-02-12-16-01-33.jpg)