ହ୍ବାଟ୍ସଆପ ପରେ ଇନଷ୍ଟାଗ୍ରାମରେ ବି ବିଭ୍ରାଟ

ନୂଆଦିଲ୍ଲୀ : ସୋମବାରଦିନ ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ଡାଉନ ହୋଇଯାଇଛି । ଲୋକମାନେ ନିଜ ନିଜର ଆକାଉଣ୍ଟ ଚଳାଇବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ହ୍ବାଟ୍ସଆପ୍ ବିଭ୍ରାଟର କିଛି ଦିନ ପରେ ଇନଷ୍ଟାଗ୍ରାମରେ ବିଭ୍ରାଟ ସମସ୍ତଙ୍କୁ ଚିନ୍ତାରେ ପକାଇଦେଇଛି ।

ଏପରିକି ଏହି ଲୋକପ୍ରିୟ ସୋସିଆଲ ମିଡିଆ ଆପର ଅନେକ ଉପଭୋକ୍ତା ଅଭିଯୋଗ କରିଛନ୍ତି ଯେ ସେମାନଙ୍କ ଆକାଉଣ୍ଟ ଅଚଳ କିମ୍ବା ରଦ୍ଦ ହୋଇଯାଇଛି।

ଇନଷ୍ଟାଗ୍ରାମ ପକ୍ଷରୁ ଏହି ବିଭ୍ରାଟକୁ ସ୍ବୀକାର କରାଯିବା ସହ ଅସୁବିଧା ପାଇଁ ୟୁଜରମାନଙ୍କୁ କ୍ଷମାପ୍ରାର୍ଥନା କରାଯାଇଛି । ଏହା ସହିତ ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରାଯାଉଛି ବୋଲି କୁହାଯାଇଛି ।

ଏପରିକି କେତେକ ୟୁଜର ଅଭିଯୋଗ କରିଛନ୍ତି ଯେ ସେମାନଙ୍କ ପାଖକୁ ନୋଟିସ ଆସିଛି ଯେ ସେମାନଙ୍କ ଆକାଉଣ୍ଟ ଅକ୍ଟୋବର ୩୧ରେ ଶେଷ ହୋଇଯିବ । ଯଦି ସେମାନେ ଏଥିରେ ରାଜି ନାହାନ୍ତି, ତେବେ ସେମାନେ ନୋଟିଫିକେସନ ଉପରେ ଥିବା ‘ଡିସାଗ୍ରି’ ଉପରେ କ୍ଲିକ କରନ୍ତୁ ।

ଅକ୍ଟୋବର ୨୫ ଦୀପାବଳିରେ ମେସେଜ ସେୟାରିଂ ଆପ ହ୍ୱାଟସଆପରେ ଏକ ବଡ଼ ବିଭ୍ରାଟ ଦେଖାଯାଇଥିଲା । ଏହା ଫଳରେ ଦେଶ ଏବଂ ବିଦେଶରେ ଅନେକ ଉପଭୋକ୍ତା ଭିଡିଓ ଏବଂ ଫଟୋ ସେୟାର କରିବାକୁ ଅସମର୍ଥ ହୋଇଥିଲେ । କିଛି ଘଣ୍ଟା ଏହି ବିଭ୍ରାଟ ରହିବା ପରେ ସ୍ଥିତି ସ୍ବାଭାବିକ ହୋଇଥିଲା ।

ସମ୍ବନ୍ଧିତ ଖବର