ମସଜିଦ, ମଦ୍ରାସାରେ କ୍ୟାମେରା ଲଗାଅ : ଭିଏଚପି

ନୂଆଦିଲ୍ଲୀ : ପ୍ରତି ମସଜିଦ ଓ ମଦ୍ରାସା ଭିତରେ ଓ ବାହାରେ ଶକ୍ତିଶାଳୀ କ୍ୟାମେରା ଲଗାଇ ସମସ୍ତ ଗତିବିଧି ଉପରେ ନଜର ରଖାଯାଉ ବୋଲି ବିଶ୍ବ ହିନ୍ଦୁ ପରିଷଦ ଦାବି କରିଛି । ଏପରିକି ମୁସଲିମ ବହୁଳ ଇଲାକାରେ ହାଇ ରିଜୋଲ୍ୟୁସନ କ୍ୟାମେରା ଲଗାଇବାକୁ ଭିଏଚପି ଦାବି କରିଛି । ଗତ ଶୁକ୍ରବାରଦିନ ନମାଜ ପରେ ହିଂସା ଆରମ୍ଭ ହୋଇଥିବା ପରିପ୍ରେକ୍ଷୀରେ ଭିଏଚପି ପକ୍ଷରୁ ଏହା କୁହାଯାଇଛି ।

ଭିଏଚପି କାର୍ଯ୍ୟକାରୀ ସଭାପତି ଆଲୋକ କୁମାର କହିଛନ୍ତି ଯେ, ଯେଉଁମାନେ ଦେଶର ଶାନ୍ତିପୂର୍ଣ୍ଣ ବାତାବରଣକୁ ନଷ୍ଟ କରୁଛନ୍ତି ସେମାନେ ମନେ ରଖିବା ଉଚିତ ଯୋ ଦେଶ ସରିଆତ ଦ୍ବାରା ନୁହେଁ, ସମ୍ବିଧାନ ଦ୍ବାରା ଚାଲୁଛି ।

ସେ କହିଛନ୍ତି ଯେ ଯେଉଁମାନେ ଶୁକ୍ରବାରଦିନ ହିଂସା, ଜଳାପୋଡ଼ା କରିଥିଲେ ସେମାନେ ମସଜିଦରୁ ନମାଜ ପଢିବା ପରେ ଏହା କରିଥିଲେ । ଜିହାଦୀ ନେତାମାନେ ସାଧାରଣ ମୁସଲିମମାନଙ୍କୁ ହିଂସା କରିବାକୁ ଉସୁକାଉଛନ୍ତି । କିନ୍ତୁ ସେମାନେ ଜାଣିବା ଉଚିତ ଯେ, ହିଂସା ନା ସେମାନଙ୍କର ନା ଦେଶ ପାଇଁ ହିତକର ନୁହେଁ । ହିଂସା କରୁଥିବା ଲୋକମାନଙ୍କୁ କଠୋର ହସ୍ତରେ ଦମନ କରାଯିବା ଉଚିତ ବୋଲି ସେ କହିଛନ୍ତି ।

ବିବାଦୀୟ ବୟାନ ମାମାଲାରେ କୋର୍ଟଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିବାକୁ ସେ ମୁସଲିମ ସଂପ୍ରଦାୟର ଲୋକମାନଙ୍କୁ ନିବେଦନ କରିଛନ୍ତି । ପ୍ରଫେଟ ବୟାନ ବିବାଦକୁ ନେଇ ଶୁକ୍ରବାରଦିନ ଭାରତୀୟ ମୁସଲମାନମାନେ ରାସ୍ତାକୁ ଓହ୍ଲାଇଛନ୍ତି । ସେମାନେ ନୂପୁର ଶର୍ମାଙ୍କ ଗିରଫ ଦାବି କରି ହିଂସାତ୍ମକ ଆନ୍ଦୋଳନ କରିଥିଲେ ।

ସମ୍ବନ୍ଧିତ ଖବର