ନୂଆଦିଲ୍ଲୀ : ସୋସିଆଲ ମିଡ଼ିଆରେ ଆର୍ଜେଣ୍ଟିନାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଜଣେ ଯୁବକ ବାଇକ୍ ଚାଳକକୁ ଧକ୍କା ଦେବା ପରେ ଯେଉଁ କାମ କରିଥିଲେ,ତାକୁ ଦେଖି ଉପସ୍ଥିତ ଲୋକ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଭିଡିଓରେ ଦୁର୍ଘଟଣା ସମୟରେ ଦୃଶ୍ୟ ଅପେକ୍ଷା ଧକ୍କା ଦେଇଥିବା ଚାଳକ ଯେଉଁ କାମ କରିଥିଲେ,ତାହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଆରମ୍ଭ ହୋଇଛି ।
/sambad/media/post_attachments/wp-content/uploads/2018/12/download-56-300x200.jpg)
ସୂଚନା ମୁତାବକ,ବାଇକ୍ ଚାଳକ ରାସ୍ତା ପାର୍ ହେଉଥିବା ବେଳେ ଦ୍ରୁତ ଗତିରେ ଆସୁଥିବା କାର୍ ଆସି ତାଙ୍କୁ ଧକ୍କା ଦେଇଥିଲେ । ଯାହା ଫଳରେ ବାଇକ୍ ଚାଳକ ଛିଟିକି ପଡ଼ିବା ସହ ସାଥୀରେ ନେଉଥିବା ସବୁ ଜିନିଷ ଏପଟ ସେପଟ ହୋଇ ପଡ଼ି ଯାଇଥିଲା । ମୁଣ୍ଡରୁ ହେଲ୍ମେଟ୍ ଖସି ପଡ଼ିବା ସହ ସାଥୀରେ ନେଉଥିବା ଟଙ୍କା ମଧ୍ୟ ଖସି ପଡ଼ିଥିଲା । ଏହା ଦେଖି କାର୍ ଚାଳକ ଗାଡ଼ିରୁ ବାହାରି ବାଇକ୍ ଚାଳକଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ରାସ୍ତାରେ ପଡ଼ିଥିବା ଟଙ୍କା ଉଠାଇ କାର୍ରେ ବସି ଚାଲି ଯାଇଥିଲା । କାର୍ ଚାଳକଙ୍କ ଏଭଳି କାମ ଦେଖିବା ପରେ ସମସ୍ତେ ତାଙ୍କୁ ନିନ୍ଦା କରିବା ଆରମ୍ଭ କରିଛନ୍ତି ।