ଦୁର୍ଘଟଣାରେ ପରେ ବି ବିମାନ କମ୍ପାନୀକୁ ମିଳିବ କୋଟି କୋଟି ଟଙ୍କା

ନୂଆଦିଲ୍ଲୀ: ଗତ ଶୁକ୍ରବାର ଦିନ କୋଝିକୋଡ଼ରେ ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାର ଶିକାର ହୋଇଥିଲା | ଏଥିରେ ପାଇଲଟଙ୍କ ସମେତ ୧୮ ଜଣଙ୍କର ମୃତ୍ୟୁ ହୋଇଥିଲା | ତେବେ ଆପଣ ଜାଣନ୍ତି କି ଦୁର୍ଘଟଣାର ଶିକାର ହୋଇଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନକୁ ବୀମା ବା ଇନ୍ସ୍ୟୁରାନ୍ସ କମ୍ପାନୀମାନେ କେତେ ଟଙ୍କା ଦେବେ | ମିଳିଥିବା ସୂଚନା ମୁତାବକ ବିମାନଟି ଏୟାର ଇଣ୍ଡିଆର ନିଜସ୍ୱ ବିମାନ ଥିବାବେଳେ ବୀମା କମ୍ପାନୀ ପାଖାପାଖି ୩୭୩ କୋଟି ଟଙ୍କା ଦେବେ |

ଦୁର୍ଘଟଣା ପୂର୍ବରୁ ଏୟାର ଇଣ୍ଡିଆ ପାଖରେ ୨୫ଟି ବୋଇଙ୍ଗ ୭୩୭-୮୦୦ ଏନଜି ବିମାନ ଥିଲା | ଏବେ ଏହି ସଂଖ୍ୟା ୨୪କୁ ଖସିଆସିଛି | ବୀମା କମ୍ପାନୀମାନେ ସୂଚନା ଦେଇଛନ୍ତି ଯେ ପ୍ରାଥମିକ ବୀମାକର୍ତ୍ତା ସଂଘ ବା କନସୋରଟିୟମ ବୀମା ରାଶିକୁ ମଞ୍ଜୁରୀ ଦେଇଛି | ଦେଶର ନ୍ୟୁ ଇଣ୍ଡିଆ ଇନ୍ସ୍ୟୁରାନ୍ସ, ନେସନାଲ ଇନ୍ସ୍ୟୁରାନ୍ସ କମ୍ପାନୀ ଲିମିଟେଡ଼, ଓରିଏଣ୍ଟାଲ ଇନ୍ସ୍ୟୁରାନ୍ସ କମ୍ପାନୀ ଲିମିଟେଡ଼ ଓ ୟୁନାଇଟେଡ଼ ଇଣ୍ଡିଆ ଇନ୍ସ୍ୟୁରାନ୍ସ କମ୍ପାନୀ ଲିମିଟେଡ଼ ଏୟାର ଇଣ୍ଡିଆ ଓ ଏହାର ସହାୟକ କମ୍ପାନୀର ପ୍ରାୟ ୧୭୦ଟି ବିମାନ ଉପରେ ବୀମା କରିଛନ୍ତି |

ସୂଚନା ଥାଉ କି ବିମାନଟି ଦୁବାଇରୁ ପ୍ରବାସୀ ଭାରତୀୟଙ୍କୁ ନେଇ କୋଝିକୋଡ଼ ଆସୁଥିବାବେଳେ ଦୁର୍ଘଟଣାର ଶିକାର ହୋଇଥିଲା | ବନ୍ଦେ ଭାରତ ମିଶନରେ ଏହି ବିମାନଟି ଆସିଥିବାବେଳେ ବର୍ଷା ଯୋଗୁଁ ବିମାନଟି ରନ ୱେ ବାହାରକୁ ଯାଇ ଦୁଇ ଖଣ୍ଡରେ ଭାଙ୍ଗିଯାଇଥିଲା |

ସମ୍ବନ୍ଧିତ ଖବର