ଆଫଗାନ ଆତଙ୍କବାଦୀଙ୍କୁ ଆଣି ଭାରତରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଯୋଜନାରେ ପାକ୍‌ : ର’ ରିପୋର୍ଟ

ନୂଆଦିଲ୍ଲୀ : ଜମ୍ମୁ ଓ କଶ୍ମୀରରୁ ଭାରତ ସରକାର ଧାରା ୩୭୦ ପ୍ରତ୍ୟାହାର କରିବା ପରେ ପାକିସ୍ତାନ ରାଗରେ ରକ୍ତଚାଉଳ ଚୋବାଉଛି । ଜାତିସଂଘ ଓ ଅନ୍ତର୍ଜାତୀୟ ସମୁଦାୟରୁ ମଧ୍ୟ ପାକିସ୍ତାନ କୌଣସି ସହାୟତା ହାସଲ କରିପାରିଲା ନାହିଁ । କେବଳ ଚୀନ ବ୍ୟତୀତ ଅନ୍ୟ କୌଣସି ଶକ୍ତିଶାଳୀ ଦେଶ ପାକିସ୍ତାନ ପଛରେ ଛିଡା ହେଲେ ନାହିଁ । ଅନ୍ୟପକ୍ଷରେ ପାକିସ୍ତାନ ଭିତରେ ଲୋକମାନଙ୍କ ଚାପ ସରକାରଙ୍କ ଉପରେ ବଢିଚାଲିଛି । ଏ ପରିସ୍ଥିତିରେ ପାକିସ୍ତାନ ପୁଣି ଥରେ ଆତଙ୍କବାଦର ଆଶ୍ରୟ ନେବାକୁ ଯାଉଛି ।

ଭାରତରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ କରିବାକୁ ପାକିସ୍ତାନ ଷଡ଼ଯନ୍ତ୍ର କରୁଥିବା ଭାରତର ପ୍ରମୁଖ ଗୁଇନ୍ଦା ସଂସ୍ଥା ର’ ରିପୋର୍ଟ ଦେଇଛି । କେବଳ କଶ୍ମୀର ନୁହେଁ, ଭାରତର ରାଜଧାନୀ ନୂଆଦିଲ୍ଲୀ, ମୁମ୍ବଇ ପ୍ରଭୃତି ବଡ଼ ବଡ଼ ସହରରେ ଆତଙ୍କବାଦୀ ଆକ୍ରମଣ କରିବାକୁ ପାକିସ୍ତାନ ଯୋଜନା କରୁଥିବାର’ ରିପୋର୍ଟରେ କୁହାଯାଇଛି । ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆଫଗାନ ଆତଙ୍କବାଦୀଙ୍କୁ କଶ୍ମୀର ଏପରିକି ଦିଲ୍ଲୀରେ ଅନୁପ୍ରବେଶ କରାଇ ବଡ଼ ଧରଣର ଆକ୍ରମଣ କରିବାକୁ ଯୋଜନା କରୁଛି ଆଇଏସଆଇ ।

ସମ୍ବନ୍ଧିତ ଖବର