ଦିଲ୍ଲୀ ହିଂସାକାଣ୍ଡ ପଛରେ ବଡ଼ ଷଡ଼ଯନ୍ତ୍ର, ୫ କୋଟି ଦେଇଛି ପାକିସ୍ତାନର ଆଇଏସଆଇ : ଗୁଇନ୍ଦା ରିପୋର୍ଟ

ନୂଆଦିଲ୍ଲୀ : ଦିଲ୍ଲୀରେ ଗତକାଲି ହୋଇଥିବା ହିଂସାତ୍ମକ ଆନ୍ଦୋଳନ ପଛରେ ଖଲିସ୍ତାନୀ ସଂଗଠନ, ପାକିସ୍ତାନର ଆଇଏସଆଇର ହାତ ଥିବା ଭାରତୀୟ ଗୁଇନ୍ଦା ସଂସ୍ଥାଗୁଡ଼ିକ ସରକାରଙ୍କୁ ରିପୋର୍ଟ ଦେଇଛନ୍ତି ।

ଗୁଇନ୍ଦା ରିପୋର୍ଟରେ କୁହାଯାଇଛି ଯେ, ଗଣତନ୍ତ୍ର ଦିବସରେ ହିଂସାକାଣ୍ଡ ଘଟାଇବାକୁ ଆଇଏସଆଇ ପକ୍ଷରୁ ପ୍ରାୟ ୫ କୋଟି ଟଙ୍କା ପ୍ରଦାନ କରାଯାଇଛି । ଶିଖ ଉଗ୍ରବାଦୀ ସଂଗଠନ ବାବର ଖାଲସାର ଜର୍ମାନ ଶାଖାକୁ ଏହି ଅର୍ଥ ପ୍ରଦାନ କରାଯାଇଛି । ଏହାଛଡ଼ା କାନାଡା, ଆମେରିକା, ବ୍ରିଟେନ, ଇଟାଲି, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ପ୍ରଭୃତି ଦେଶରେ ଥିବା ଶିଖ ସଂଗଠନଗୁଡ଼ିକ ଏଥିପାଇଁ ଚାନ୍ଦା ଯୋଗାଇଥିଲେ । ଅନଲାଇନ ମାଧ୍ୟମରେ ମଧ୍ୟ ଚାନ୍ଦା ସଂଗ୍ରହ କରାଯାଇଥିଲା । ଏହି ଅର୍ଥ ହାଓ୍ବାଲା ମାଧ୍ୟମରେ ଭାରତକୁ ଅଣାଯାଇଥିଲା । ପଞ୍ଜାବର ବିଭିନ୍ନ ଶିଖ ସଂଗଠନର ସଦସ୍ୟମାନଙ୍କୁ ଅର୍ଥ ବିନିମୟରେ ଅନ୍ଦୋଳନରେ ସାମିଲ କରାଯାଇଥିଲା ।

ଆମେରିକାରେ ଥିବା ଶିଖ ଫର ଜଷ୍ଟିସ ପକ୍ଷରୁ ଲାଲକିଲ୍ଲାରେ ଖଲିସ୍ତାନୀ ପତାକା ଉଡ଼ାଇବା ପାଇଁ ଅଢେଇଲକ୍ଷ ଡଲାରର ପୁରସ୍କାର ଘୋଷଣା କରାଯାଇଥିଲା । ସେହିପରି ସିଙ୍ଗୁ ବର୍ଡରରେ ଖଲିସ୍ତାନୀ ପତାକା ଉଡ଼ାଇବା ପାଇଁ ୧ ହଜାର ଡଲାର ଦିଆଯାଇଥିଲା ।

ସମ୍ବନ୍ଧିତ ଖବର