ଦିଲ୍ଲୀର ଚାନ୍ଦବାଗରେ ଉତ୍ତ୍ୟକ୍ତ ଜନତାଙ୍କ ଆକ୍ରମଣରେ ଇଣ୍ଟେଲିଜେନ୍ସ ବ୍ୟୁରୋ ଅଧିକାରୀ ନିହତ, ମୃତ୍ୟୁସଂଖ୍ୟା ୨୧ ହେଲା

ନୂଆଦିଲ୍ଲୀ: ସିଏଏ ବିରୋଧୀ ଓ ସପକ୍ଷବାଦୀଙ୍କ ମଧ୍ୟରେ ସଂଘର୍ଷରେ ଆଉ ଜଣେ ପୁଲିସ କର୍ମଚାରୀଙ୍କର ମୃତ୍ୟୁ ହୋଇଛି। ବୁଧବାର ସକାଳେ ଚାନ୍ଦବାଗ ଅଞ୍ଚଳରୁ ଜଣେ ଇଣ୍ଟେଲିଜେନ୍‌ସ୍‌ ବ୍ୟୁରୋ ଅଧିକାରୀଙ୍କ ମୃତଦେହ ମିଳିଛି। ଫଳରେ ଦିଲ୍ଲୀ ହିଂସାରେ ମୃତ୍ୟୁସଂଖ୍ୟା ୨୧ରେ ପହଞ୍ଚିଛି।  ସୂଚନା ଅନୁସାରେ, ଗତ ରାତିରେ ଉତ୍ତ୍ୟକ୍ତ ଲୋକଙ୍କ ଟେକାପଥର ମାଡ଼ରେ ଉକ୍ତ ଗୁଇନ୍ଦା ଅଧିକାରୀଙ୍କ ମୃତ୍ୟୁ ଘଟିବା ପରେ ତାଙ୍କ ଶବକୁ ନର୍ଦ୍ଦମାରେ ଫିଙ୍ଗି ଦେଇଥିବା କଥା ତାଙ୍କର ଦାଦା କହୁଛନ୍ତି।

ଅଙ୍କିତ ଶର୍ମା ନାମକ ୨୬ ବର୍ଷିୟ  ଅଧିକାରୀଜଣକ ୨୦୧୭ରେ ଚାକିରିରେ ଯୋଗ ଦେଇଥିଲେ। ଏବେ ସେ ଆଇ. ବି.ରେ ଡ୍ରାଇଭିଙ୍ଗ୍‌ ତାଲିମ ନେଉଥିଲେ।

Image Source: India Today

‘ସିଏଏ’ ବିରୋଧୀ ଏବଂ ସମର୍ଥକଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଉଗ୍ର ରୂପ ଧାରଣ କରିବାରୁ ଚାନ୍ଦବାଗ ଉତ୍ତରପୂର୍ବ ଦିଲ୍ଲୀର କେତେକ ଅଞ୍ଚଳରେ ବ୍ୟାପକ ହିଂସାକାଣ୍ଡ ଘଟିଛି। ସଦ୍ୟତମ ସୂଚନା ଅନୁସାରେ ଏହି ହିଂସାକାଣ୍ଡରେ ଜଣେ ପୁଲିସ କନେଷ୍ଟବଳଙ୍କ ସମେତ ୨୦ଜଣଙ୍କର ମୃତ୍ୟୁ ଘଟିଛି। ୧୮୦ରୁ ଅଧିକ ଲୋକ ଏଥିରେ ଆହତ ହୋଇଥିବା ପ୍ରକାଶ।

ପୂର୍ବ ଦିଲ୍ଲୀର ହିଂସାପ୍ରବଣ ତଥା ହିଂସା ପ୍ରପୀଡ଼ିତ ଅଞ୍ଚଳରେ ଗତକାଲି ଠାରୁ କର୍ଫ୍ୟୁ ଜାରି କରାଯାଇଛି।

ପୂର୍ବ ଦିଲ୍ଲୀର ହିଂସାପ୍ରବଣ ତଥା ହିଂସା ପ୍ରପୀଡ଼ିତ ଅଞ୍ଚଳରେ ଗତକାଲି ଠାରୁ କର୍ଫ୍ୟୁ ଜାରି କରାଯାଇଛି। କିନ୍ତୁ, ପୁଲିସ ହିଂସାକାଣ୍ଡ ନିୟନ୍ତ୍ରଣ କରିବାରେ ଅସମର୍ଥ ହେଉଥିବାରୁ ସେନାବାହିନୀ ଡାକିବାକୁ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ୍‌ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର