ଶ୍ରୀନଗର ଏୟାରବେସ ଉପରେ ହୋଇପାରେ ଆକ୍ରମଣ !

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଏବେ ପ୍ରାୟ ସମୟ ସେନା ଓ ଆତଙ୍କବାଦୀ ମୁହାଁମୁହିଁ ହେଉଛନ୍ତି | ଆଉ ସେନାର ଜୋରଦାର ଅପରେସନରେ ଆତଙ୍କବାଦୀମାନଙ୍କର ମୃତ୍ୟୁ ହେଉଥିବାର ଘଟଣା ସାମ୍ନାକୁ ଆସିଛି | ଅନୁପ୍ରବେଶ କରୁଥିବା ଆତଙ୍କବାଦୀ ହେଉ ବା ଦେଶରେ ରହି ଆତଙ୍କବାଦକୁ ପ୍ରୋତ୍ସାହନ କରୁଥିବା ବିଛିନ୍ନତାବାଦୀ ନେତାମାନଙ୍କ ଉପରେ ଉଭୟ କେନ୍ଦ୍ର ସରକାର ଓ ସେନା କଡା ଆଭିମୁଖ୍ୟ ପୋଷଣ କରିଛନ୍ତି | ଏହାରି ମଧ୍ୟରେ ଗୁଇନ୍ଦା ବିଭାଗ ଏଭଳି ଏକ ସୂଚନା ଦେଇଛି , ଯାହାକୁ ନେଇ ଏବେ ହାଇଆଲର୍ଟରେ ସେନା ରହିଛି |

ମିଳିଥିବା ସୂଚନା ମୁତାବକ ଇଣ୍ଟେଲିଜେନ୍ସ ଇନପୁଟ ପକ୍ଷରୁ ଚେତାବନୀ ଦିଆଯାଇଛି ଯେ ଜମ୍ମୁକାଶ୍ମୀରର ଶ୍ରୀନଗର ଓ ଅବନ୍ତିପୁରା ଏୟାରବେସ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇପାରେ | ଗୁଇନ୍ଦା ବିଭାଗ ପକ୍ଷରୁ ଏହି ସୂଚନା ମିଳିବା ପରେ ଏୟାରବେସର ଭିତରେ ଓ ବାହାରେ ବହୁ ସଂଖ୍ୟାରେ ଯବାନଙ୍କୁ ମୁତୟନ କରାଯାଇଛି | ପୁଲବାମା ଆକ୍ରମଣ ପରେ ଭାରତୀୟ ବାୟୁସେନା ପକ୍ଷରୁ ଵାଲାକୋଟଠାରେ ଏୟାର ଷ୍ଟ୍ରାଇକ କରାଯାଇଥିଲା |

ଏହି ଷ୍ଟ୍ରାଇକରେ ବହୁ ସଂଖ୍ୟାରେ ଆତଙ୍କବାଦୀଙ୍କ ନିହତ ହୋଇଥିଲେ | ଏହା ସହ ସେନାର ଅଲଆଉଟ ଅପରେସନରେ ବହୁ ଆତଙ୍କବାଦୀଙ୍କ ଜୀବନ ଗଲାଣି | ଏହାର ପ୍ରତିଶୋଧ ନେବା ପାଇଁ ଆତଙ୍କବାଦୀ ଆକ୍ରମଣ କରିପାରନ୍ତି ବୋଲି ଗୁଇନ୍ଦା ବିଭାଗ ଚେତାଇ ଦେଇଛି |

ସମ୍ବନ୍ଧିତ ଖବର