କୌଣସି ସାଧାରଣ ଲୋକଙ୍କୁ କ୍ଷତି ନ ପହଞ୍ଚାଇ ଜମ୍ମୁ-କଶ୍ମୀରରେ ଆତଙ୍କ ବିରୋଧି ଅପରେସନ୍‌ ତୀବ୍ର କର : ଅଜିତ୍‌ ଡୋଭାଲ

ଶ୍ରୀନଗର : ବୁଧବାର ଶ୍ରୀନଗରରେ ଏକ  ଉଚ୍ଚସ୍ତରୀୟ ବୈଠକରେ  ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍‌ ଡୋଭାଲ ସୁରକ୍ଷା ଅଧିକାରୀଙ୍କ ସହ ଜମ୍ମୁ-କଶ୍ମୀରର ପରିସ୍ଥିତି ସମୀକ୍ଷା କରିଛନ୍ତି। ଜମ୍ମୁ-କଶ୍ମୀର ବାସିନ୍ଦାଙ୍କ ଜୀବନକୁ ପୂର୍ବ ଭଳି ସାଧାରଣ କରିବା ପାଇଁ ଆତଙ୍କ ବିରୋଧି କାର୍ଯ୍ୟନୁଷ୍ଠାନକୁ ତୀବ୍ର କରିବା ପାଇଁ ନିର୍ଦ୍ଦେଶ ଦେବା ସହ ଏଥିରେ ଯେମିତି କୌଣସି ପାରିପାର୍ଶ୍ୱିକ କ୍ଷତି ନ ହୁଏ, ସେଥିପ୍ରତି ଦୃଷ୍ଟି ରଖିବାକୁ କହିଛନ୍ତି ।

ବୁଧବାର ଶ୍ରୀନଗରରେ ପହଞ୍ଚି ବୈଠକ କରି ସହ ଗୁରୁବାର ସେ ଦିଲ୍ଲୀ ଫେରି ଆସିଛନ୍ତି । ସେଠାରେ ଡୋଭାଲଙ୍କ ଅଧ୍ୟକ୍ଷତାରେ କରାଯାଇଥିବା ବୈଠକରେ ସୁରକ୍ଷା ଅଧିକାରୀ ଏବଂ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ । ଏହି ବୈଠକରେ ଜମ୍ମୁ-କଶ୍ମୀର ବାସିନ୍ଦା କିଭଳି ଆତଙ୍କବାଦୀଙ୍କୁ ନ ଡ଼ରି ନିଜର ଦିନଚର୍ଯ୍ୟା ସୂଚାରୁ ରୂପେ କରି ସଂପାଦନ  କରିପାରିବେ ସେ ଦିଗରେ  କାର୍ଯ୍ୟ କରିବାକୁ ଡୋଭାଲ ନିର୍ଦ୍ଦେଶ ଦେଇଥିଲେ ।

Image result for intensify-anti-militancy-operations-in-jk-but-ensure-there-is-no-collateral-damage-nsa-doval
Northlines

ସୂଚନା ମୁତାବକ, ଅଗଷ୍ଟ ୫ରେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ସେଠାକାର ପରିସ୍ଥିତି ବିଗିଡ଼ି ଯାଇଥିଲା । ଇଣ୍ଟରନେଟ୍‌ ସଂଯୋଗ କଟାଯିବା ସହ ଲୋକେ ଫୋନ ଯୋଗେ ନିଜ ସଂପର୍କୀୟମାନଙ୍କୁ ସଂପର୍କ କରି ପାରି ନ ଥିଲେ । ଏ ପର୍ଯ୍ୟନ୍ତ ମଧ୍ୟ ସ୍ଥିତିରେ ସୁଧାର ଆସି ନ ଥିବାରୁ ତୁରନ୍ତ ସୁଧାର ଆଣିବାକୁ କହିଛନ୍ତି ଅଜିତ ଡୋଭାଲ ।

ସମ୍ବନ୍ଧିତ ଖବର