ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ଚାଲିଛି ଇଣ୍ଟର କଣ୍ଟିନେଣ୍ଟାଲ ଫୁଲବଟ ଟୁର୍ଣ୍ଣାମେଣ୍ଟ। ଭାରତ ଏହା ଆୟୋଜନ କରୁଥିବାବେଳେ ଶୁକ୍ରବାର ମ୍ୟାଚରେ ମଙ୍ଗୋଲିଆକୁ ୨-୦ ଗୋଲରେ ପରାସ୍ତ କରି ଭାରତ ନିଜ ଅଭିଯାନ ଆରମ୍ଭ କରିଛି। ମ୍ୟାଚ ଆରମ୍ଭରୁ ଭାରତ ଦମଦାର ପ୍ରଦର୍ଶନ କରିବା ସହ ମାତ୍ର ଦୁଇ ମିନିଟରେ ଗୋଲ ସ୍କୋର କରିଥିଲା। ସାହାଲ ଅବଦୁଲ ସମଦ ପ୍ରଥମ ଗୋଲ ଦେଇ ଭାରତକୁ ୧-୦ ଗୋଲରେ ଅଗ୍ରଣୀ ଲାଭ କରାଇଥିଲେ। ସେହିପରି ମ୍ୟାଚର ୧୫ ମିନିଟରେ ଲାଲିନଜୁଲା ଛାଣ୍ଟେ ଗୋଲ ସ୍କୋର କରିବା ସହ ଭାରତକୁ ୨-୦ ରେ ଅଗ୍ରଣୀ ହାସଲ କରାଇଥିଲେ।

Advertisment

publive-image

ମ୍ୟାଚର ଦ୍ଵିତୀୟ ହାଫରେ ମଙ୍ଗୋଲିଆ ଦଳ ଦମଦାର ପ୍ରଦର୍ଶନ କରିବା ସହ ଭାରତକୁ ଆଉ ଅଧିକ ଗୋଲ ଦେବାକୁ ସୁଯୋଗ ଦେଇନଥିଲେ। ଭାରତୀୟ ଖେଳାଳିଙ୍କୁ ଏକାଧିକ ସୁଯୋଗ ମିଳିଥିଲେ ମଧ୍ୟ ଗୋଲ ସ୍କୋର କରିବାରେ ସଫଳ ହୋଇନଥିଲେ। ଆସନ୍ତା ୧୨ ତାରିଖରେ ପରବର୍ତ୍ତୀ ମ୍ୟାଚ ଖେଳିବ ଭାରତ। ସେହି ମ୍ୟାଚରେ ଭାନୁଆଟୁକୁ ଭାରତ ଭେଟିବ ବୋଲି ଜଣାପଡିଛି।