ନୂଆଦିଲ୍ଲୀ : ଆଜିଠାରୁ ସୁଇଜରଲ୍ୟାଣ୍ଡର ଜେନିଭାଠାରେ ଆରମ୍ଭ ହୋଇଥିବା ୧୩୮ତମ ଅନ୍ତଃ ସଂସଦୀୟ ସଂଘ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ୫ ଦିନିଆ ସମ୍ମିଳନୀରେ ସାମିଲ ହେବାକୁ ଜେନିଭା ଯାଇଥିବା ୬ ଜଣିଆ ଭାରତୀୟ ପ୍ରତିନିଧି ଦଳରେ ବିଜେଡି ସାଂସଦ ଦିଲ୍ଲୀପ ତିର୍କୀ ସାମିଲ ହୋଇଛନ୍ତି। ଲୋକସଭା ଉପ ବାଚସ୍ପତି ଡ଼.ଏମ୍‌.ଥମ୍ବିଦୁରାଇଙ୍କ ନେତୃତ୍ୱରେ ଯାଇଥିବା ଏହି ସଂସଦୀୟ ପ୍ରତିନିଧି ମଣ୍ଡଳୀରେ ସାଂସଦ ନଗେନ୍ଦ୍ର ସିଂହ, ଡ଼.ଉମା ସୋରେନ୍‌, ଡ଼.ବିକାଶ ମହାତ୍ମେ ଓ କେ.ପି.ସୋଲଙ୍କି ସାମିଲ ଅଛନ୍ତି। ପ୍ରବାସନ ଓ ଶରଣାର୍ଥୀ ସମ୍ପର୍କିତ ଆଲୋଚନା ଚକ୍ରରେ ସମସ୍ତ ସାଂସଦ ଭାଗନେବେ। ଏହା ସହିତ ରିଜନାଲ ଏସିଆ ପାସିଫିକ୍‌ ଜିଓ ପଲିଟିକାଲ ଗ୍ରୁପ୍‌ ଚର୍ଚ୍ଚାରେ ମଧ୍ୟ ସାମିଲ ହୋଇ ସମସାମୟିକ ପ୍ରସଙ୍ଗ ଗୁଡ଼ିକ ଉପରେ ଆଲୋଚନା କରିବେ।