ଫେବ୍ରୁଆରି ୧ରେ ଅନ୍ତରୀଣ ବଜେଟ୍‌; ଜାନୁଆରି ୩୧ରୁ ଫେବ୍ରୁଆରି ୧୩ ଯାଏ ବଜେଟ୍‌ ଅଧିବେଶନ

ନୂଆଦିଲ୍ଲୀ: ଆସନ୍ତା ଫେବ୍ରୁଆରି ୧ ତାରିଖରେ ଲୋକସଭାରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି ଅନ୍ତରୀଣ ବଜେଟ୍‌ ଉପସ୍ଥାପନ କରିବେ। ସଂସଦର ବଜେଟ୍‌ ଅଧିବେଶନ କାଳରେ ଏହି ଅନ୍ତରୀଣ ବଜେଟ୍‌ ଉପସ୍ଥାପନ କରାଯିବ। ପରେ ଲୋକସଭା ନିର୍ବାଚନ ପରେ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପିତ ହେବ ବୋଲି ଜଣାଯାଇଛି।

ସୂଚନାଯୋଗ୍ୟ ଯେ ସଂସଦର ବଜେଟ୍‌ ଅଧିବେଶନ ଆସନ୍ତା ଜାନୁଆରି ୩୧ ତାରିଖରୁ ଫେବ୍ରୁଆରି ୧୩ ତାରିଖ ଯାଏ ବସିବ। ଏହି ଅବସରରେ ଅନ୍ତରୀଣ ବଜେଟ୍‌ ଉପସ୍ଥାପନ ପାଇଁ ଆଜି ସଂସଦୀୟ ବ୍ୟାପାର କ୍ୟାବିନେଟ୍‌ କମିଟି ବୈଠକରେ ନିଷ୍ପତ୍ତି ନେଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର