ଆଜି କେନ୍ଦ୍ର ବଜେଟ୍; ଓଡ଼ିଶାର ନଜର : ଲାଭ ବଢ଼ିଲା, ବ୍ୟୟବରାଦ ବଢ଼ୁ

ଓଡ଼ିଶାକୁ ମିଳିବ କି ଫାଇଦା?

ଭୁବନେଶ୍ବର : ଆସନ୍ତାକାଲି କାମଚଳା ଅର୍ଥମନ୍ତ୍ରୀ ପୀୟୂଷ ଗୋୟଲ ଲୋକସଭାରେ ୨୦୧୯-୨୦ ଆର୍ଥିକବର୍ଷ ପାଇଁ କାମଚଳା ବଜେଟ ଆଗତ କରିବେ। ନିର୍ବାଚନ ବର୍ଷ କାରଣରୁ ଏହି ବଜେଟକୁ େନଇ ସବୁ ମହଲରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ସ୍ବାଭାବିକ ଭାବେ ରାଜନୀତିରୁ ଊର୍ଦ୍ଧ୍ବରେ ରହି ଓଡ଼ିଶା ପାଇଁ େକନ୍ଦ୍ର ଏଥିରେ କିଛି ସ୍ବତନ୍ତ୍ର ଅନୁଦାନ ବା ଅଧିକ ଅର୍ଥରାଶି ବରାଦ କରିପାରେ େବାଲି ରାଜ୍ୟ ସରକାର ଆଶା କରିଛନ୍ତି।

ଯଦିଓ ରାଜ୍ୟ ସରକାର ବଜେଟ୍ ପାଇଁ େକନ୍ଦ୍ର ନିକଟରେ ନିର୍ଦିଷ୍ଟ ଦାବି ରଖିନାହାନ୍ତି, ତଥାପି ଆଜି ସଚିବାଳୟରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି, ଗତବର୍ଷ ଓଡ଼ିଶାରୁ ରେଳବାଇ ୧୪ ହଜାର କୋଟି ଟଙ୍କା ରାଜସ୍ବ ପାଇଥିଲା। ୨୦୧୮-୧୯ ଆର୍ଥିକ ବର୍ଷରେ ରେଳ ବଜେଟରେ ଓଡ଼ିଶାକୁ ମିଳିଥିଲା ୫ ହଜାର ୨୫୨ କୋଟି। ଚଳିତବର୍ଷ ଏବେ ସୁଦ୍ଧା ଓଡ଼ିଶାରୁ ରେଳବାଇ ୨୦ ହଜାର କୋଟି ଲାଭ ପାଇଲାଣି। ସେହି ଅନୁପାତରେ ରେଳ ବଜେଟରେ ଓଡ଼ିଶାକୁ ଅଧିକ ବ୍ୟୟବରାଦ େହବା ଉଚିତ େବାଲି ଓଡ଼ିଶାର ଦାବି ରହିଛି।

ଅର୍ଥମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ଚାଲୁରହିଥିବା ଅଧିକାଂଶ ରେଳ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଜମି ଯୋଗାଇ ଦେଇଛନ୍ତି। ଅଥଚ ଏସବୁ ପ୍ରକଳ୍ପ ଲାଗି ବ୍ୟୟ ବରାଦ ହୋଇଥିବା ଅର୍ଥ ପହଞ୍ଚୁ ନଥିବାରୁ କାମ ଆଗେଇପାରୁନାହିଁ। ଆସନ୍ତା ଆର୍ଥିକବର୍ଷରେ ଏହାର େଯମିତି ପୁନରାବୃତ୍ତି ନ େହବ, ସେଥିପାଇଁ କେନ୍ଦ୍ର ସରକାର ଯତ୍ନବାନ ହେବା ଉଚିତ୍ େବାଲି କହିଛନ୍ତି ଶ୍ରୀ େବହେରା।

ଖଣି ରୟାଲଟି ବାବଦରେ ମିଳୁଥିବା ଅର୍ଥ କେନ୍ଦ୍ର ଓ ରାଜ୍ୟ ଭିତରେ ସମାନୁପାତିକ ଭାବେ ୫୦ ପ୍ରତିଶତ ଭାଗ ବଣ୍ଟନ କରିବା, ସବୁଜ ଟିକସ ବାବଦରେ ଆଦାୟ ହେଉଥିବା ସେସ୍ ଅର୍ଥ ରାଜ୍ୟକୁ ଦେବାକୁ ଓଡ଼ିଶା ପୂର୍ବରୁ ଦାବି କରିଥିଲା। ମନ୍ତ୍ରୀ କହିଛନ୍ତି, ଆସନ୍ତାକାଲି ଉପସ୍ଥାନ ହେବାକୁ ଥିବା ଅନ୍ତରୀଣ ବଜେଟରେ ଏ ସବୁ ଦିଗ ଉପରେ କେନ୍ଦ୍ର ସରକାର ଦୃଷ୍ଟି ଦେବେ ବୋଲି ଆଶା କରାଯାଉଛି।

ନିର୍ବାଚନ ବର୍ଷରେ କୌଣସି ରାଜନୀତି ନକରି ରାଜ୍ୟର ବିକାଶ ପାଇଁ ଯେତିକି ଆବଶ୍ୟକ ପଡ଼ୁଛି ସେତିକି ଅର୍ଥ କେନ୍ଦ୍ର ଦେଉ ବୋଲି ଅର୍ଥମନ୍ତ୍ରୀ ମତ ରଖିଛନ୍ତି।

ପ୍ରକାଶଥାଉକି, ଗତବର୍ଷ କେନ୍ଦ୍ରୀୟ ଯୋଜନା ଓ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନାରେ ୩୬ ହଜାର ୫୮୫ କୋଟି ଟଙ୍କା ମିଳିଥିଲା।

ଓଡ଼ିଶାକୁ ମିଳିବ କି ଫାଇଦା?

ନୂଆଦିଲ୍ଲୀ : ଆସନ୍ତାକାଲି କେନ୍ଦ୍ର ଅର୍ଥମନ୍ତ୍ରୀ ପୀୟୂଷ ଗୋୟଲ ୨୦୧୯-୨୦ ଆର୍ଥିକ ବର୍ଷର ଅନ୍ତରୀଣ ବଜେଟ୍‌ ଉପସ୍ଥାପନ କରିବେ। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ବଜେଟ୍‌ ଉପରେ ସମସ୍ତଙ୍କ ନଜର ରହିଛି। ବଜେଟ୍‌ ‌ଘୋଷଣା ରାଜ୍ୟ ପରିପ୍ରେକ୍ଷୀରେ ଗୁରୁତ୍ବ ବହନ କରିପାରେ। ଅନ୍ତରୀଣ ବଜେଟ୍‌ ପୂର୍ବରୁ ରାଜ୍ୟମାନଙ୍କ ପକ୍ଷରୁ କୌଣସି ପ୍ରକାର ପ୍ରସ୍ତାବ କେନ୍ଦ୍ର ନିକଟକୁ ପଠାଯାଇନଥାଏ। ବର୍ତ୍ତମାନ ସରକାର ପୂର୍ବ ଭାରତର ବିକାଶ ଦିଗରେ ପ୍ରାଥମିକତା ଦେଉଥିବାରୁ ଯଦି ବଜେଟ୍‌ରେ ପୂର୍ବ ଭାରତ ପାଇଁ କୌଣସି ଘୋଷଣା କରାଯାଏ ସେଥିରୁ ଓଡ଼ିଶାକୁ ମଧ୍ୟ ଫାଇଦା ମିଳିପାରିବ। ୨୦୧୮-୧୯ ସାଧାରଣ ବଜେଟ୍‌ରେ ଓଡ଼ିଶା ପାଇଁ କୌଣସି ସ୍ବତନ୍ତ୍ର ଘୋଷଣା କରାଯାଇନଥିଲା।

ମଧ୍ୟାହ୍ନ ଭୋଜନ ଯୋଜନା, ମନରେଗା ଭଳି ଯୋଜନାରେ କମ୍‌ ବ୍ୟୟ ବରାଦ କରାଯାଇଥିଲା। ଅପରପକ୍ଷେ ରେଳ ବଜେଟ୍‌ରେ ସର୍ବାଧିକ ୫୨୫୨ କୋଟି ଟଙ୍କା ଆବଣ୍ଟନ କରାଯାଇଥିଲା। ୨୦୧୭-୧୮ ସାଧାରଣ ବଜେଟ୍‌ରେ କେନ୍ଦ୍ର ସରକାର ଓଡ଼ିଶା ପାଇଁ ଦୁଇଟି ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଥିଲେ। ପାଇକ ବିଦ୍ରୋହର ୨୦୦ତମ ପୂର୍ତ୍ତି ପାଳନ ପାଇଁ ବ୍ୟୟବରାଦ କରିଥିଲେ ଏବଂ ଚଣ୍ଡିଖୋଲରେ ଏକ ଅଶୋଧିତ ତୈଳ ଭଣ୍ଡାର ସ୍ଥାପନ କରିବା ବିଷୟରେ ଘୋଷଣା କରିଥିଲେ। ୨୦୧୫ ପରଠାରୁ କୋଇଲା ରୟାଲଟି ସଂଶୋଧନ କରାଯାଇନଥିବାରୁ ଓଡ଼ିଶା ବିପୁଳ ପରିମାଣର ରାଜସ୍ବ ହରାଇଛି। ତେଣୁ ଅନ୍ତରୀଣ ବଜେଟ୍‌ରେ ଏ ଦିଗରେ କିଛି ଘୋଷଣା କରାଯିବ ବୋଲି ଉତ୍ସୁକତା ରହିବା ସ୍ବାଭାବିକ। ଏତଦ୍‌ବ୍ୟତୀତ ରାଜ୍ୟର ରେଳ ବିକାଶ ପାଇଁ ଅନ୍ତରୀଣ ବଜେଟ୍‌ରେ କିଭଳି ବ୍ୟବସ୍ଥା କରାଯିବ ସେନେଇ ଆସନ୍ତା କାଲିର ଘୋଷଣାପରେ ସ୍ପଷ୍ଟ ସୂଚନା ମିଳିପାରିବ। ଗତବର୍ଷ ଭଳି ଓଡ଼ିଶାକୁ ରେଳ ବଜେଟ୍‌ରେ ଏଥର ମଧ୍ୟ ଅଧିକ ଆବଣ୍ଟନ କରାଯିବ କି ନାହିଁ ସେ ନେଇ ବଜେଟ୍‌ ଘୋଷଣାରେ ଜଣାପଡ଼ିବ।

ସମ୍ବନ୍ଧିତ ଖବର