ନୂଆଦିଲ୍ଲୀ : ଇଲେକ୍ଟ୍ରୋନିକ୍ସ ଇଣ୍ଟର ଲକିଂ ବ୍ୟବସ୍ଥା ସଂପୂର୍ଣ୍ଣ ଭାବେ ରେଳବାଇ ଦ୍ବାରା ନିୟନ୍ତ୍ରିତ। ଏହାର ଆଉଟସୋର୍ସିଂ ହୋଇନଥାଏ। ଯେଉଁ ରୁଟ୍ରେ ଏହାର ଆବଶ୍ୟକତା ହୋଇଥାଏ ସେଠାରେ ଇଣ୍ଟର ଲକିଂ ବ୍ୟବସ୍ଥା କରାଯାଇଥାଏ। ସମସ୍ତ ରୁଟ୍ରେ ଏହାର ବ୍ୟବସ୍ଥା ନଥାଏ। ଏହାର ଠିକା ଘରୋଇ ସଂସ୍ଥାକୁ ଦିଆ ଯାଇନଥାଏ। ହେଲେ ଇଣ୍ଟର ଲକିଂ ସମ୍ବନ୍ଧୀୟ ସଫ୍ଟୱେର୍ ତଥା ସିଗ୍ନାଲ ସଂବନ୍ଧିତ ଉପକରଣ ଘରୋଇ କଂପାନିମାନଙ୍କ ଠାରୁ ଟେଣ୍ଡର ଜରିଆରେ ହାସଲ ହୋଇଥାଏ। ‘ସମ୍ବାଦ’ ସହ ଆଲୋଚନା ବେଳେ ରେଳ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି।
ଇଲେକ୍ଟ୍ରୋନିକ୍ସ ଇଣ୍ଟରଲକିଂ ଓ ପଏଣ୍ଟ ମେସିନ୍ରେ ପରିବର୍ତ୍ତନ ଯୋଗୁଁ ରେଳ ଦୁର୍ଘଟଣା ହୋଇଛି ବୋଲି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଗତ ରବିବାର ଦିନ କହିଥିଲେ। ଏହା ପରେ ଇଣ୍ଟରଲକିଂ ସିଷ୍ଟମ୍ର ବ୍ୟବହାର ଓ ଏହାର ସ୍ଥାପନ ପ୍ରକ୍ରିୟାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଅଧିକାରୀ ଜଣକ କହିଛନ୍ତି ଯେ ଇଲେକ୍ଟ୍ରୋନିକ ଇଣ୍ଟରଲକିଂ ସିଷ୍ଟମ ଦ୍ବାରା ଟ୍ରେନର ଟ୍ରାକ୍ ପରିଚାଳନା କରାଯାଇଥାଏ। ଏହା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବ୍ୟବସ୍ଥା। ଭାରତୀୟ ରେଲପଥର ଏକ ଲକ୍ଷ ୨୦ ହଜାର କିମି ନେଟୱାର୍କରେ ଏହା ନିରାପଦ ଯାତ୍ରାକୁ ସୁନିଶ୍ଚିତ କରିଥାଏ। ଏହି ସିଷ୍ଟମ କେବଳ ଭାରତରେ ନୁହେଁ ବିଶ୍ବବ୍ୟାପୀ ବ୍ୟବହାର କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/railway-singnal.jpg)