ନୂଆଦିଲ୍ଲୀ : ସେପ୍ଟେମ୍ବର ୧୭ରେ ପାଳିତ ହେବ ଆନ୍ତର୍ଜାତିକ ଉପକୂଳ ସଫେଇ ଦିବସ। ଏହି ଦିବସରେ ପୁରୀ ବେଳାଭୂମି ସଫେଇ ଅଭିଯାନର ନେତୃତ୍ବ ନେବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେହି ଭଳି ପୂର୍ବତନ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ତଥା ବିଜେପି ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଚାନ୍ଦିପୁର ବେଳାଭୂମି ସଫେଇ ଅଭିଯାନର ନେତୃତ୍ବ ନେବେ। ଦିଲ୍ଲୀରେ ଆନ୍ତର୍ଜାତିକ ଉପକୂଳ ସଫେଇ ଦିବସ କାର୍ଯ୍ୟକ୍ରମ ସଂପର୍କରେ ଅବଗତ କରିବା ଅବସରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦର ସିଂହ। ଏଥି ସହିତ ଉପକୂଳ ରାଜ୍ୟର ସାଂସଦମାନେ ମଧ୍ୟ ଉପକୂଳ ସଫେଇ ଅଭିଯାନକୁ ପୂର୍ଣ୍ଣମାତ୍ରାରେ ସମର୍ଥନ କରୁଥିବା ଶ୍ରୀ ସିଂହ ସୂଚନା ଦେଇଛନ୍ତି।
ଅନ୍ତର୍ଜାତୀୟ ଉପକୂଳ ସଫେଇ ଦିବସ: ପୁରୀ ବେଳାଭୂମିରେ ସଫେଇ ଅଭିଯାନର ନେତୃତ୍ବ ନେବେ ଧର୍ମେନ୍ଦ୍ର
/sambad/media/post_attachments/wp-content/uploads/2022/08/dharmendra-pradhan.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)