ଅନ୍ତର୍ଜାତୀୟ ନିଶା ନିବାରଣ ଦିବସ, ନିଶା ସହିତ ଅନ୍ଧକାର ଓ ବିନାଶ ଆସିଥାଏ: ମୋଦୀ

ନୂଆଦିଲ୍ଲୀ: ନିଶାଦ୍ରବ୍ୟର ଦୁରୁପଯୋଗ ଏବଂ ଚୋରାଚାଲାଣ ବିରୋଧରେ ଅନ୍ତର୍ଜାତୀୟ ଦିବସରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୁବବର୍ଗଙ୍କୁ ସତର୍କ କରାଇ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନିଶା ଦ୍ରବ୍ୟର ବିପଦକୁ ଶେଷ କରିବା ପାଇଁ ତୃଣମୂଳସ୍ତରରେ କାମ କରୁଥିବା ଲୋକଙ୍କ ଭୂମିକାକୁ ଭୂୟସୀ ପ୍ରଶଂସା କରିଛନ୍ତି। ନିଶା ସହିତ ଅନ୍ଧକାର, ବିନାଶ ଏବଂ ଧ୍ବଂସ ମଧ୍ୟ ଆସିଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ନିଶାମୁକ୍ତି ଅଭିଯାନ ପାଇଁ ପ୍ରତିବଦ୍ଧତାକୁ ଦେହରାଇବା ସହ ସେ କହିଛନ୍ତି, ଏହା କୌଣସି ସାଧାରଣ ମଉଜ ନୁହେଁ କି ଷ୍ଟାଇଲ୍‌ ଷ୍ଟେଟ୍‌ମେଣ୍ଟ ମଧ୍ୟ ନୁହେଁ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ‘ମନ୍‌ କି ବାତ୍‌’ର ଏକ ପୁରୁଣା ଅଧ୍ୟାୟକୁ ପୋଷ୍ଟ୍‌ କରିଛନ୍ତି ଯେଉଁଥିରେ ନିଶାଦ୍ରବ୍ୟର ବିପଦକୁ ମୁକାବିଲା ପାଇଁ ଅନେକ ଗୁରୁତ୍ବପୂର୍ଣ୍ଣ ପରାମର୍ଶ ରହିଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ସମସ୍ତ ପ୍ରକାର ନିଶା ଦ୍ରବ୍ୟ ବିରୋଧରେ ଶୂନ୍ୟ ସହିଷ୍ଣୁତା (ଜିରୋ ଟଲେରେନ୍ସ) ନୀତି ଗ୍ରହଣ କରାଯାଇଛି। ଭାରତରେ ନିଶା ଦ୍ରବ୍ୟର ବିପଦକୁ ଶେଷ କରିବା ଲକ୍ଷ୍ୟରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ସଫଳତାର ସହ କାର୍ଯ୍ୟ କରୁଛି ବୋଲି ଶାହ କହିଛନ୍ତି।

ସମ୍ବନ୍ଧିତ ଖବର