ନୂଆଦିଲ୍ଲୀ: ଆମେ ଜାତୀୟ ଶିକ୍ଷାନୀତି ପ୍ରଣୟନ କରି ଆମେ ଆମ ଶିକ୍ଷା ବ୍ୟବସ୍ଥାର ଆନ୍ତର୍ଜାତିକୀକରଣ କରୁଛୁ ବୋଲି ମଙ୍ଗଳବାର ନୂଆଦିଲ୍ଲୀସ୍ଥିତ ସୁଷମା ସ୍ୱରାଜ ଭବନଠାରେ କାଶ୍ମୀରର ସ୍କୁଆଟ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ‘ଆନ୍ତର୍ଜାତିକ ଶିକ୍ଷା ମେଳା-୨୦୨୩’ରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଢ ନେତୃତ୍ୱରେ ଜମ୍ମୁ-କାଶ୍ମୀରରେ ଆଜି ବିକାଶର ନୂଆ ସୂର୍ଯ୍ୟୋଦୟ ହୋଇଛି। ଶିକ୍ଷା ମନ୍ତ୍ରଣାଳୟ କାଶ୍ମୀରର ସ୍କୁଆଟ୍ ବିଶ୍ୱବିଦ୍ୟାଳୟକୁ ବୈଶ୍ୱୀକରଣ କରିବା ପାଇଁ ସବୁ ପ୍ରକାର ସହଯୋଗ ପ୍ରଦାନ କରିବ। ଭାରତକୁ ବିଶ୍ୱ ଶିକ୍ଷାର ପେଣ୍ଠସ୍ଥଳୀରେ ପରିଣତ କରିବା ପାଇଁ ସବୁ ବିଶ୍ୱବିଦ୍ୟାଳୟ ଆଗେଇ ଆସିବା ପାଇଁ କେନ୍ଦ୍ରମନ୍ତ୍ରୀ ଆହ୍ୱାନ କରିଥିଲେ। ବିଶ୍ୱ ଭାରତଠାରୁ ଗବେଷଣା, ଦକ୍ଷତା ବିକାଶ, ନବସୃଜନ ଏବଂ ଉଦ୍ୟମିତାକୁ ଅପେକ୍ଷାର ସହ ଦେଖୁଛି। ଭାରତ କୋଭିଡ୍ର ପରିଚାଳନା ଓ ୟୁକ୍ରେନ୍ ଏବଂ ରୁଷ୍ର ଯୁଦ୍ଧ ପରିସ୍ଥିତିରେ ସେହି ସ୍ଥାନରୁ ଭାରତୀୟ ଛାତ୍ରଙ୍କୁ ସୁରକ୍ଷିତ ଭାବେ ଆଣିପାରିଥିଲା, ତାହା ଆଜି ଉଦାହରଣ ତିଆରି କରିଛି। ସବୁପ୍ରକାର ବିକାଶ କାର୍ଯ୍ୟ ପାଇଁ ଜ୍ଞାନ ହିଁ ମୂଳ ଆଧାର ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
ଏହି ମେଳାରେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର, ଜମ୍ମୁ-କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା, ରାଷ୍ଟ୍ରମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହ ଓ ଆଇସିସିଆର୍ର ସଭାପତି ଡ. ବିନୟ ସହସ୍ରବୁଦ୍ଧେ ପ୍ରମୁଖ ଉପସ୍ଥିତ ଥିଲେ।