ଡିସେମ୍ବର ୧୫ରୁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ସ୍ବାଭାବିକ

ନୂଆଦିଲ୍ଲୀ: ଆସନ୍ତା ଡି‌ସେମ୍ବର ୧୫ ତାରିଖରୁ ଅନ୍ତର୍ଜାତୀୟ ବିମାନ ସେବାକୁ ସ୍ବାଭାବିକ କରାଯିବ। କିନ୍ତୁ ନୂଆ କୋଭିଡ-୧୯ ଷ୍ଟ୍ରେନ୍ ବାହାରିବା ଏବଂ ସଂକ୍ରମଣ ବୃଦ୍ଧି କାରଣରୁ ୧୪ଟି ଦେଶରୁ ବିମାନ ଚଳାଚଳ ଉପରେ କଟକଣା ବଳବତ୍ତର ରହିବ। ଯେଉଁସବୁ ଦେଶ ସହିତ ବିମାନ ଚଳାଚଳ ସ୍ବାଭାବିକ ହେବନାହିଁ ସେଗୁଡ଼ିକ ହେଲା ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ, ନେଦରଲାଣ୍ଡ, ଫିନଲାଣ୍ଡ, ଦକ୍ଷିଣ ଆଫ୍ରିକା, ବ୍ରାଜିଲ, ବାଂଲାଦେଶ, ବୋସ୍‌ୱାନା, ଚୀନ, ମରିସସ, ନ୍ୟୁଜିଲାଣ୍ଡ, ଜିମ୍ବାୱେ ଏବଂ ସିଙ୍ଗାପୁର। ସ୍ବାସ୍ଥ୍ୟ ମନ୍ତ୍ରାଳୟ, ବିଦେଶ ବ୍ୟାପାର ମନ୍ତ୍ରାଳୟ ଏବଂ ଗୃହ ମନ୍ତ୍ରାଳୟ ସହ ବିଚାରବିମର୍ଶ ପରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଏହି ନିଷ୍ପତ୍ତି ନେଇଛି।

ଉଲ୍ଲେଖଯୋଗ୍ୟ, କରୋନା ମହାମାରୀ ପାଇଁ ଭାରତରେ ଅନ୍ତର୍ଜାତୀୟ ବିମାନ ଉଡ଼ାଣକୁ ୨୦୨୦ ମାର୍ଚ୍ଚ ୨୩ରୁ ବନ୍ଦ ରଖାଯାଇଛି। କିନ୍ତୁ ଗତବର୍ଷ ଜୁଲାଇରୁ ଏୟାର ବବଲ୍ ଯୋଜନାରେ କେତେକ ଦେଶକୁ ସ୍ବତନ୍ତ୍ର ବିମାନ ଚଳାଚଳ କରୁଛି।

ସମ୍ବନ୍ଧିତ ଖବର