ଜୁଲାଇ ୧୫ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ବିମାନ ସେବାକୁ ସ୍ଥଗିତ ରଖିଲା ଡିଜିସିଏ

ନୂଆଦିଲ୍ଲୀ: ଜୁଲାଇ ୧୫ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ବିମାନ ସେବାକୁ ସ୍ଥଗିତ ରଖିଲା ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ(ଡିଜିସିଏ) | କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ଆଜି ଡିଜିସିଏ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି | ତେବେ ଏହି ପ୍ରତିବନ୍ଧକ ଅନ୍ତର୍ଜାତୀୟ କାର୍ଗୋ ଅପରେସନ୍ ଏବଂ ବିମାନ ଚଳାଚଳ ନିୟନ୍ତ୍ରକ ଦ୍ୱାରା ସ୍ୱତନ୍ତ୍ର ଭାବରେ ଅନୁମୋଦିତ ବିମାନଗୁଡିକ ପାଇଁ ପ୍ରଯୁଜ୍ୟ ହେବ ନାହିଁ ବୋଲି ଜଣା ପଡିଛି | ମାର୍ଚ୍ଚ ଶେଷରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶକୁ ଲକଡାଉନ କରାଯିବା ସହ ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗା ଯାଇଥିଲା | ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ମେ ୨୫ରେ ପୁଣିଥରେ ଘରୋଇ ବିମାନ ଚଳାଚଳ ଆରମ୍ଭ ହୋଇଥିଲା |

International Flights Remain Suspended Till July 15, Says Government
ndtv

ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ଗତ ସପ୍ତାହରେ କହିଥିଲେ ଯେ, ଯଦି କରୋନାଭାଇରସ୍ ସଂକ୍ରମଣ ସଂଖ୍ୟା କମ ହୁଏ ଏବଂ ଏହାକୁ ନିୟନ୍ତ୍ରଣ କରିବାରେ ଭାରତ ସରକାର ସକ୍ଷମ ହୁଅନ୍ତି ତେବେ ଜୁଲାଇରେ ଅନ୍ତର୍ଜାତୀୟ ବିମାନ ଚଳାଚଳ ଆରମ୍ଭ ହେବ | କିନ୍ତୁ ବର୍ତ୍ତମାନର ସ୍ଥିତି ଦେଖି ଜୁଲାଇ ୧୫ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ବିମାନ ଉଡାଣକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ |

ସମ୍ବନ୍ଧିତ ଖବର