ନୂଆଦିଲ୍ଲୀ: ଆଗାମୀ ୧୫ ଡିସେମ୍ବରରୁ ଅନ୍ତର୍ଜାତୀୟ ବିମାନ ଚଳାଚଳ ଆରମ୍ଭ କରିବା ପାଇଁ ପୂର୍ବରୁ ଯେଉଁ ନିଷ୍ପତ୍ତି ନିଆଯାଇଥିଲା ତାହାକୁ ଆଜି ସ୍ଥଗିତ ରଖାଯାଇଛି। ଏ ବାବଦରେ ଆଜି ନାଗରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ନୂଆ ଘୋଷଣା କରାଯାଇଛି।
କରୋନାର ଓମିକ୍ରନ୍ ପ୍ରଜାତି ଯୋଗୁଁ ବିଶ୍ବବ୍ୟାପୀ ସଙ୍କଟ ବଢ଼ୁଥିବାରୁ ଅନ୍ତର୍ଜାତୀୟ ବିମାନ ସେବା ନୀତିରେ ପୁଣି ପରିବତ୍ତର୍ନନ କରାଯାଇଛି। ସ୍ଥିତିରେ ସୁଧାର ହେଲେ ଅନ୍ତର୍ଜାତୀୟ ଉଡ଼ାଣ ନେଇ ପରବର୍ତ୍ତୀ ତାରିଖ ଘୋଷଣା ହେବ ବୋଲି ଡିଜିସିଏ କହିଛି। ସୂଚନାଯୋଗ୍ୟ, କୋଭିଡ୍ ୧୯ ମହାମାରୀ କାରଣରୁ ୨୩ ମାର୍ଚ, ୨୦୨୦ରୁ ଭାରତରୁ ଅନ୍ତର୍ଜାତୀୟଣ ଉଡ଼ାଣ ବନ୍ଦ ରହିଥିଲା। ଗତବର୍ଷ ଜୁଲାଇ ପ୍ରାୟ ୨୮ଟି ଦେଶ ସହିତ ହୋଇଥିବା ଏୟାର ବବଲ୍ ଚୁକ୍ତି ଅଧୀନରେ ଅନ୍ତର୍ଜାତୀୟ ଉଡ଼ାଣ ସଂଚାଳିତ ହେଉଥିଲା।