ଦିଲ୍ଲୀରେ ଆନ୍ତର୍ଜାତିକ ଲୋକକଳା ପ୍ରଦର୍ଶନୀ ଉଦ୍‌ଘାଟିତ

ନୂଆଦିଲ୍ଲୀ : ଆଜିଠାରୁ ଦିଲ୍ଲୀର ନାସନାଲ କ୍ରାଫ୍‌ଟ ମ୍ୟୁଜିଅମ୍‌ରେ ଆରମ୍ଭ ହୋଇଛି ଆନ୍ତର୍ଜାତିକ ଲୋକକଳା ପ୍ରର୍ଦଶନୀ। ୧୫ ଦିନଧରି ଚାଲିବାକୁ ଥିବା ଏହି ପ୍ରଦର୍ଶନୀକୁ କେନ୍ଦ୍ର ହସ୍ତତନ୍ତ ସଚିବ ଉପେନ୍ଦ୍ର କୁମାର ସିଂହ ଉଦ୍‌ଘାଟନ କରିଥିଲେ।

ହସ୍ତକଳା ଉନ୍ନୟନ କମିସନରଙ୍କ କାର୍ଯ୍ୟାଳୟ ଓ ‘ଅଡି ଆର୍ଟ ସେଣ୍ଟର’ ସହଯୋଗରେ ଏହି ପ୍ରନର୍ଶନୀର ଆୟୋଜନ କରାଯାଇଛି। ଭାରତ ସମେତ ୭ଟି ଦେଶର ୧୨୫ଟି ଲୋକକଳା ଓ ଆଦିବାସୀ ଚିତ୍ରକଳାକୁ ଏହି ପ୍ରଦର୍ଶନୀରେ ପ୍ରଦର୍ଶିତ କରାଯାଇଛି। ସମାପନ ଦିବସରେ ଇପ୍ରୋକ ସଂସ୍ଥା ଦ୍ବାରା ଶ୍ରେଷ୍ଠ ଲୋକକଳା ଶିଳ୍ପୀକୁ ‘ଇପ୍ରୋକ ଆନ୍ତର୍ଜାତିକ ଲୋକକଳା ସମ୍ମାନ’ରେ ପୁରସ୍କୃତ କରାଯିବ ବୋଲି ସଂସ୍ଥାର ପ୍ରତିଷ୍ଠାତା ପିକେ ଦାସ ଘୋଷଣା କରିଛନ୍ତି। ଗତ ୧୦ ବର୍ଷ ହେଲା ଦିଲ୍ଲୀରେ ଓଡ଼ିଆ ସଂସ୍କୃତିର ପ୍ରଚାର ଓ ପ୍ରସାର ତଥା ଓଡ଼ିଶାର ସାଂସ୍କୃତିକ ଐତିହ୍ୟର ଗବେଷଣା ଦିଗରେ ଇପ୍ରୋକ ଅଗ୍ରଣୀ ଭୂମିକା ନିର୍ବାହ କରୁଛି।

ସମ୍ବନ୍ଧିତ ଖବର