ବାହାରିନ୍‌ : ବାହାରିନ୍‌ରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଉଦ୍ୟାନ ପ୍ରଦର୍ଶନୀରେ ‘ଇଣ୍ଡିଆ ପାଭିଲିୟନ୍‌’ ଷ୍ଟଲ୍‌ ବିଶେଷ ପ୍ରଶଂସା ସାଉଁଟିଛି। ବାହାରିନ୍‌, ୟୁଏଇ, ଭାରତ, ଇଣ୍ଡୋନେସିଆ, ଜାପାନ ଏବଂ ଶ୍ରୀଲଙ୍କା ସମେତ ୨୬ଟି ଦେଶର ଅଂଶଗ୍ରହଣକାରୀମାନେ ଏଥିରେ ଭାଗ ନେଇ ବିଭିନ୍ନ ପ୍ରକାର ଫୁଲ, ଫଳ, ପନିପରିବା ଏବଂ ପରିବେଶ ଅନୁକୂଳ ଦ୍ରବ୍ୟ ପ୍ରଦର୍ଶନ କରିଥିଲେ।

Advertisment

‘ଇଣ୍ଡିଆ ପାଭିଲିୟନ୍’ ଷ୍ଟଲ୍‌ରେ ପ୍ରଖ୍ୟାତ ସାମାଜିକ ଉଦ୍ୟୋଗୀ ଡ. ଅରୁଣ କୁମାର ପ୍ରହରାଜଙ୍କ ଦ୍ବାରା ଆରବ ମାଟିରେ ପରୀକ୍ଷାମୂଳକ ଭିତ୍ତିରେ ଅମଳ କରାଯାଇଥିବା ସୁସ୍ବାଦୁ ଷ୍ଟ୍ରବେରି ସମେତ ଅନ୍ୟାନ୍ୟ ଫଳ ଓ ପନିପରିବା ପ୍ରଦର୍ଶିତ ହୋଇଥିଲା। ଏହି ପ୍ରଦର୍ଶନୀରେ ବେଙ୍ଗାଲୁରୁ କ୍ରାଫ୍‌ଟିଜେନ୍‌ କମ୍ପାନିରୁ ସୁଶ୍ରୀ ମାୟୁରା ବାଲାସୁବ୍ରମଣ୍ୟାନ୍ ମଧ୍ୟ ଅଂଶଗ୍ରହଣ କରିଥିଲେ। ସୂଚନାଯୋଗ୍ୟ, ବାହାରିନ୍‌ସ୍ଥିତ ଭାରତୀୟ ଦୂତାବାସ ସହ ସମନ୍ୱୟ ରକ୍ଷା କରି ପ୍ରସିଦ୍ଧ ଭାରତୀୟ ସାମ୍ବାଦିକ ମୀରା ରବିଙ୍କ ଦ୍ୱାରା ଏହି ଇଣ୍ଡିଆ ପାଭିଲିୟନ୍ ଷ୍ଟଲ୍ ଆୟୋଜିତ ହୋଇଥିଲା।