ନୂଆଦିଲ୍ଲୀ : ଭକ୍ତ ଓ ଭଗବାନଙ୍କ ମଧ୍ୟରେ କୌଣସି ଅନ୍ତର ନାହିଁ। ଭକ୍ତ ପାଇଁ ଭଗବାନ ଯେକୌଣସି କାର୍ଯ୍ୟ କରିପାରନ୍ତି। ଜଗନ୍ନାଥ କୌଣସି ଜାତିବାଦରେ ବିଶ୍ବାସ କରନ୍ତି ନାହିଁ। ମନ୍ଦିରରେ ପ୍ରବେଶ କଟକଣା ଆମମାନଙ୍କ ମାନସିକତା। ଏହା ଭଗବାନଙ୍କର ମାନସିକତା ନୁହେଁ ବୋଲି ବିଧାୟକ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି। ଦିଲ୍ଲୀରେ ଆରମ୍ଭ ହୋଇଥିବା ଅନ୍ତଃରାଷ୍ଟ୍ରୀୟ ଶ୍ରୀଜଗନ୍ନାଥ ମହୋତ୍ସବର ଚତୁର୍ଥ ଦିବସରେ ଯୋଗ ଦେଇ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ବିଚାରଧାରା, ମହିଳା ସଶକ୍ତୀକରଣ ଓ ଗଣତନ୍ତ୍ର ଜଗନ୍ନାଥ ସଂସ୍କୃତିରୁ ସୃଷ୍ଟି ହୋଇଛି।
ଏହି ଆଲୋଚନାଚକ୍ରରେ ଅନ୍ୟମାନଙ୍କ ମଧ୍ୟରେ ଜଗନ୍ନାଥ ସଂସ୍କୃତି ବିଶେଷଜ୍ଞ ଶଙ୍କରଲାଲ୍ ପୁରୋହିତ ଓ ଦୁର୍ଗା ଦାସ ମହାପାତ୍ର ଯୋଗ ଦେଇ ଜଗନ୍ନାଥ ଧର୍ମ ଓ ସଂସ୍କୃତି ସମ୍ପର୍କରେ ନିଜନିଜର ବକ୍ତବ୍ୟ ରଖିଥିଲେ। ଆଜିର କାର୍ଯ୍ୟକ୍ରମକୁ ମହୋତ୍ସବର ସଭାପତି ଗୋପୀନାଥ ମହାନ୍ତି, ଉପସଭାପତି ଅକ୍ଷୟ ସାମଲ, ରାଷ୍ଟ୍ରୀୟ ସଂଯୋଜକ ନୀରଦ ସାହୁ ପ୍ରମୁଖ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ଶେଷରେ ରୋଜାଲିନ ମହାନ୍ତି ଏବଂ ସିଦ୍ଧାର୍ଥ ଦଳବେହେରାଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି ଛଅ ଦିନିଆ ଶ୍ରୀଜଗନ୍ନାଥ ମହୋତ୍ସବରେ ଜଗନ୍ନାଥଙ୍କର ୨୪ ବେଶ, ୫୬ ଭୋଗ ତଥା ଜଗନ୍ନାଥ ସାହିତ୍ୟର ପ୍ରଦର୍ଶନୀ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/jagannatha-mostav.jpeg)