ଆନ୍ତର୍ଜାତିକ ପୁରୁଷ ଦିବସ ପାଳନ କରାଯିବା ଉଚିତ: ସୋନାଲ ମାନ୍‌ସିଂହ

ନୂଆଦିଲ୍ଲୀ : ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ପୁରୁଷ ଦିବସ ପାଳନ ପ୍ରସଙ୍ଗ ଉତ୍‌ଥାପନ କରିଛନ୍ତି ରାଜ୍ୟସଭାର ମନୋନୀତ ସଦସ୍ୟା ତଥା ଓଡ଼ିଶୀ ନୃତ୍ୟାଙ୍ଗନା ସୋନାଲ ମାନସିଂହ।

ଆଜି ରାଜ୍ୟସଭାର ଶୂନ୍ୟକାଳରେ ଅଧ୍ୟକ୍ଷ ଏମ୍. ଭେଙ୍କିୟା ନାଇଡୁ ମହିଳା ସାଂସଦ ମାନଙ୍କୁ ବକ୍ତବ୍ୟ ଦେବା ପାଇଁ ସୁଯୋଗ ପ୍ରଦାନ କରିଥିଲେ। ଆଲୋଚନାରେ ଭାଗନେଇ ସୋନାଲ ମାନସିଂହ କହିଥିଲେ ଯେ, ଆମେ ସମାଜର ପ୍ରତ୍ୟେକ ସ୍ତରରେ ସମାନତାର ଦାବି କରିଆସୁଛି। ଏହି ଦୃଷ୍ଟିରୁ ଆନ୍ତର୍ଜାତିକ ମହିଳା ଦିବସ ଭଳି କାହିଁକ ଆନ୍ତର୍ଜାତିକ ପୁରୁଷ ଦିବସ ପାଳନ କରାଯିବ ନାହିଁ ବୋଲି ସେ ପ୍ରଶ୍ନ କରିଥିଲେ।

ସମ୍ବନ୍ଧିତ ଖବର