ଭୁବନେଶ୍ୱର: ଗ୍ରିଡ଼କୋ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଗ୍ରିଡ୍କୋର ପରିଚାଳନା ନିର୍ଦ୍ଦେଶକ ଡ. ସତ୍ୟପ୍ରିୟ ରଥ, ନିର୍ଦ୍ଦେଶକ (ଅର୍ଥ ଓ କର୍ପୋରେଟ୍ ବ୍ୟାପାର) କ୍ଷୀରୋଦ ଚନ୍ଦ୍ର ନନ୍ଦ, ନିର୍ଦ୍ଦେଶକ (ବାଣିଜ୍ୟିକ) ଦେବାଶିଷ ଦାସ, ନିର୍ଦ୍ଦେଶକ (ବ୍ୟାପାର ଓ ବ୍ୟବସାୟ ଉନ୍ନୟନ) ଗିରିଶ ତାନ୍ତି, ସିଜିଏମ୍ (ଅର୍ଥ) ବୈଷ୍ଣବ ଚରଣ ପଢିଆରୀଙ୍କ ସହିତ କମ୍ପାନିର ମହିଳା କର୍ମଚାରୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ପରିଚାଳନା ନିର୍ଦ୍ଦେଶକ ଡ. ରଥ ମହିଳା କର୍ମଚାରୀମାନଙ୍କ ନିଷ୍ଠା, ପରିଶ୍ରମ ଓ କୃତିତ୍ୱକୁ ପ୍ରଶଂସା କରିବା ସହିତ ସଂସ୍ଥାର ଉନ୍ନତିରେ ସେମାନଙ୍କ ଅବଦାନ ଅପରିହାର୍ଯ୍ୟ ବୋଲି କହିଥିଲେ। ବିଭିନ୍ନ ମନୋରଞ୍ଜନମୂଳକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା ଯେଉଁଥିରେ ମହିଳା କର୍ମଚାରୀମାନେ ଅତ୍ୟନ୍ତ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ।
International Women's Day: ଗ୍ରିଡ୍କୋରେ ଅନ୍ତର୍ଜାତୀୟ ମହିଳା ଦିବସ
ଗ୍ରିଡ଼କୋ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଗ୍ରିଡ୍କୋର ପରିଚାଳନା ନିର୍ଦ୍ଦେଶକ ଡ. ସତ୍ୟପ୍ରିୟ ରଥ, ନିର୍ଦ୍ଦେଶକ (ଅର୍ଥ ଓ କର୍ପୋରେଟ୍ ବ୍ୟାପାର) କ୍ଷୀରୋଦ ଚନ୍ଦ୍ର ନନ୍ଦ, ନିର୍ଦ୍ଦେଶକ (ବାଣିଜ୍ୟିକ) ଦେବାଶିଷ ଦାସ, ନିର୍ଦ୍ଦେଶକ (ବ୍ୟାପାର ଓ ବ୍ୟବସାୟ ଉନ୍ନୟନ) ଗିରିଶ ତାନ୍ତି, ସିଜିଏମ୍ (ଅର୍ଥ) ବୈଷ୍ଣବ ଚରଣ ପଢିଆରୀଙ୍କ ସହିତ କମ୍ପାନିର ମହିଳା କର୍ମଚାରୀମାନେ ଉପସ୍ଥିତ ଥିଲେ।
/sambad/media/media_files/2026/03/08/08bbs_81_08032026_112-2026-03-08-20-30-09.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)