କଶ୍ମୀରରେ ସ୍ଥିତି ସୁଧୁରିବା ପରେ ହିଁ ଇଣ୍ଟରନେଟ ସେବା ଆରମ୍ଭ ହେବ : ଉପରାଜ୍ୟପାଳ ମୁର୍ମୁ

ଶ୍ରୀନଗର : କଶ୍ମୀର ରେ ସ୍ଥିତି ଆହୁରି ସ୍ୱାଭାବିକ ହେଲେ ଇଣ୍ଟରନେଟ ସେବା ଆରମ୍ଭ ପାଇଁ ଅନୁମତି ଦିଆଯିବ । ଘାଟିର ସ୍ଥିତି ଉପରେ ନଜର ରଖାଯାଇଛି ଓ ସ୍ଥିତିରେ ଉଲ୍ଲେଖନୀୟ ଉନ୍ନତି ହେଉଛି ବୋଲି ଉପ-ରାଜ୍ୟପାଳ ଗିରିଶ ଚନ୍ଦ୍ର ମୁର୍ମୁ କହିଛନ୍ତି । ସ୍ଥିତିକୁ ଦେଖି ପର୍ଯ୍ୟାୟକ୍ରମେ ଇଣ୍ଟରନେଟ ସେବା ଆରମ୍ଭ କରାଯିବ । ତେବେ କେବେ ସୁଦ୍ଧା ଇଣ୍ଟରନେଟ ସେବା ସ୍ୱାଭାବିକ ହେବ ସେ ସଂପର୍କରେ ସେ କୌଣସି ସମୟସୀମା ଦେବାକୁ ମନା କରିଦେଇଛନ୍ତି । ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଥିଲେ ଯେ ଗୃହବନ୍ଦୀଥିବା ରାଜନେତା ମେହବୁବା ମୁଫତି ଓ ଓମାର ଓବଦୁଲ୍ଲାଙ୍କୁ କେବେ ଛଡାଯିବ ତାହା କୁହାଯାଇପାରିବ ନାହିଁ ।

କେନ୍ଦ୍ର ସରକାର ଗତ ଅଗଷ୍ଟ ୫ରେ ଜମ୍ମୁ ଓ କଶ୍ମୀରରୁ ସମ୍ବିଧାନର ଧାରା ୩୭୦ ଉଠାଇଦେବା ସହ ଜମ୍ମୁ-କଶ୍ମୀର ଓ ଲଦାଖକୁ ଅଲଗା କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିଥିଲେ । ଏହା ସହିତ ଇଣ୍ଟରନେଟ ଓ ଟେଲିଫୋନ ସେବାକୁ ବନ୍ଦ କରିଦେଇଥିଲେ । ପରେ ପର୍ଯ୍ୟାୟକ୍ରମେ ଟେଲିଫୋନ ସେବା ଆରମ୍ଭ କରିଥିଲେ ମଧ୍ୟ ଇଣ୍ଟରନେଟ ସେବା ଏବେ ବି ବନ୍ଦ ଅଛି । ଏଥିପାଇଁ ଆତଙ୍କବାଦୀ ସଂଗଠନଗୁଡ଼ିକ ଆତଙ୍କବାଦୀ ନିଯୁକ୍ତି ପାଇଁ ସୋସିଆଲ ମିଡିଆର ଅପପ୍ରୟୋଗ କରିପାରୁନାହାନ୍ତି । ଆତଙ୍କବାଦ ଓ ହିଂସାକାଣ୍ଡ ନିୟନ୍ତ୍ରଣରେ ରହିବାର ଏହା ଏକ ବଡ଼ କାରଣ ବୋଲି ସରକାର ଦାବି କରୁଛନ୍ତି ।

ସମ୍ବନ୍ଧିତ ଖବର