ନାଗରିକତା ଆଇନ ବିରୋଧୀ ହିଂସା ପୁଣି ତେଜିଲା : ଆଗ୍ରା ଓ ବୁଲନ୍ଦସହରରେ ବନ୍ଦ ହେଲା ଇଣ୍ଟରନେଟ୍ ସେବା

ନୂଆଦିଲ୍ଲୀ: ଦେଶରେ ଏବେ ନାଗରିକତା ସଂଶୋଧନ ଆଇନକୁ ନେଇ ହିଂସା ଜାରି ରହିଛି। ଉତ୍ତରପ୍ରଦେଶରେ ସ୍ଥିତି ଗମ୍ଭୀର ହେଉଥିବା ଦେଖି ରାଜ୍ୟର ବିଭିନ୍ନ ସହରରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି। ଗୁରୁବାର ସନ୍ଧ୍ୟାରୁ ରାଜ୍ୟର କିଛି ଅଞ୍ଚଳରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଥିବା ପ୍ରଶାସନ ଘୋଷଣା କରିଛି । ତାଜମହଲ୍ ସହର ଆଗ୍ରାରେ ଡିସେମ୍ବର ୨୭ ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ ରହିବା ସହ ବୁଲନ୍ଦସହର‌ରେ ଡିସେମ୍ବର ୨୮ତାରିଖ ସକାଳ ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ ରହିବ। ନାଗରିକତା ସଂଶୋଧନ ଆଇନକୁ ନେଇ ଉପୁଜିଥିବା ହିଂସାକୁ ଆଖି ଆଗରେ ରଖି ଆଗ୍ରା ଓ ବୁଲନ୍ଦସହର‌ର ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛନ୍ତି।

Image result for Internet shut down in several Uttar Pradesh cities ahead of Friday prayers
Scroll.in

ମିଳିଥିବା ସୂଚନା ମୁତାବକ, ଗୁରୁବାର ସନ୍ଧ୍ୟା ୫ଟାରୁ ବୁଲନ୍ଦସହର‌ରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି, ଯାହା ଶନିବାର ସକାଳ ୫ଟା ପର୍ଯ୍ୟନ୍ତ ବନ୍ଦ ରହିବ। ସେହିଭଳି ଭାବରେ ଆଗ୍ରାରେ ଶୁକ୍ରବାର ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ ରହିବ। ତେବେ ଏହି ଦୁଇ ସହରରେ ହିଂସା ବଢ଼ୁଥିବା ଦେଖି ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛନ୍ତି। ଆନ୍ଦୋଳନକୁ ନେଇ ସୋସିଆଲ ମିଡିଆରେ ହେଉଥିବା ଗୁଜବକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧିତ ଖବର