ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ, ଲୋକମାନେ ଘରୁ ସମସ୍ତ କାର୍ଯ୍ୟ କରୁଛନ୍ତି | ଅନଲାଇନ କ୍ଲାସ ସହ ଡ୍ୟାନ୍ସ କ୍ଲାସ୍ କିମ୍ବା ଅଫିସ ମିଟିଂ ଏସବୁ ଇଣ୍ଟରନେଟ୍ ମାଧ୍ୟମରେ କରାଯାଉଛି | ଘରୁ ନ ବାହାରି କାମ କରିବାକୁ ସରକାର ଜୋର ଦେଉଥିବାବେଳେ ଅନ୍ୟପଟେ କିନ୍ତୁ ଅନେକ ଲୋକ ଇଣ୍ଟରନେଟ୍ ସମ୍ବନ୍ଧୀୟ ସମସ୍ୟାର ମଧ୍ୟ ସମ୍ମୁଖୀନ ହେଉଛନ୍ତି | ଆଉ ଇଣ୍ଟରନେଟ୍ ସ୍ପିଡ ଏକ ବଡ ସମସ୍ୟା ଭାବେ ଉଭା ହୋଇଛି | ଏଭଳି ପରିସ୍ଥିତିରେ ଇଣ୍ଟରନେଟର ମନ୍ଥର ଗତିକୁ ନେଇ ସରକାର ମଧ୍ୟ ଚିନ୍ତିତ ଅଛନ୍ତି। ଯଦି ଆମେ ଇଣ୍ଟରନେଟ ସ୍ପିଡ଼ ମାମଲାରେ ଭାରତକୁ ତୁଳନା ଦେଖିବା ତେବେ ଇଣ୍ଟରନେଟ ଦୃଷ୍ଟିରୁ ଭାରତ ବହୁ ପଛରେ ଅଛି।

Advertisment

ଅବଶ୍ୟ ଚାରିରୁ ପାଞ୍ଚ ବର୍ଷ ମଧ୍ୟରେ ଭାରତରେ ଇଣ୍ଟରନେଟ୍ ସ୍ପିଡ୍ ବୃଦ୍ଧି ପାଇଛି, କିନ୍ତୁ ଏହି ବୃଦ୍ଧି ସେତିକି ଆଖି ଦୃଶିଆ ହୋଇପାରିନାହିଁ | ଅନ୍ୟ ଦେଶମାନଙ୍କରେ ହାରାହାରି ଡାଉନଲୋଡ୍ ସ୍ପିଡ୍ ମୋବାଇଲ ବ୍ରଡ଼ବ୍ୟାଣ୍ଡ ପାଇଁ ୩୪.୬୭ ଏମବିପିଏସ ଥିବାବେଳେ ଫିକ୍ସଡ଼ ବ୍ରଡ଼ବ୍ୟାଣ୍ଡ ୭୮.୨୬ ଏମବିପିଏସ ରହିଛି | ତେବେଭାରତରେ ଡାଉନଲୋଡ୍ ସ୍ପିଡ୍ ମୋବାଇଲ ବ୍ରଡ଼ବ୍ୟାଣ୍ଡ ପାଇଁ ୧୨.୧୬ ଏମବିପିଏସ ଏବଂ ଫିକ୍ସଡ଼ ବ୍ରଡ଼ବ୍ୟାଣ୍ଡ ପାଇଁ ୩୮ ଏମବିପିଏସ ରହିଛି |

ଏକ ରିପୋର୍ଟ ଅନୁଯାୟୀ, ଯଦି ଆମେ ସ୍ପିଡ୍ ଟ୍ରାକର୍ ଓକଲା ର ଜୁନ୍ ରିପୋର୍ଟକୁ ଦେଖିବା, ମୋବାଇଲ୍ ବ୍ରଡବ୍ୟାଣ୍ଡ ସ୍ପିଡ୍ ଦୃଷ୍ଟିରୁ ବିଶ୍ୱରେ ୧୩୮ ଦେଶ ମଧ୍ୟରେ ଭାରତ ୧୨୯ ତମ ସ୍ଥାନରେ ରହିଛି। ସେହିପରି ଫିକ୍ସଡ଼ ବ୍ରଡ଼ବ୍ୟାଣ୍ଡ ସ୍ପିଡ଼ ଦୃଷ୍ଟିରୁ ୧୭୪ ଦେଶ ମଧ୍ୟରେ ଭାରତ ୭୫ ତମ ସ୍ଥାନରେ ରହିଛି | ଆଉ ଏହାକୁ ନେଇ ଟେଲିକମ୍ ରେଗୁଲେଟର ଅଥରିଟି ବା ଟ୍ରାଇ ମଧ୍ୟ ମନ୍ଥର ଇଣ୍ଟରନେଟ ବାବଦରେ ଚିନ୍ତା କରୁଛି | ଆଉ ଗ୍ରାହକଙ୍କୁ ୫୦ ଏମବିପିଏସ ଇଣ୍ଟରନେଟ ସ୍ପିଡ଼ ଦେବା ଉପରେ ଗୁରୁତ୍ୱ ଦିଆଯାଉଛି |