୭୪ କୋଟିରେ ପହଞ୍ଚିଲା ଦେଶରେ ଇଣ୍ଟରନେଟ ବ୍ୟବହାରକାରୀଙ୍କ ସଂଖ୍ୟା

ନୂଆଦିଲ୍ଲୀ: ମାର୍ଚ୍ଚ ୨୦୨୦ ଶେଷ ସୁଦ୍ଧା ଦେଶରେ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟା ୩.୪ ପ୍ରତିଶତ ବୃଦ୍ଧି ହୋଇ ୭୪.୩ କୋଟିରେ ପହଞ୍ଚିଛି। ଟେଲିକମ୍ ରେଗୁଲେଟର ଅଥରିଟି ଅଫ ଇଣ୍ଡିଆ ବା ଟ୍ରାଇ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ, ମାର୍ଚ୍ଚ ୨୦୨୦ରେ ଶେଷ ହୋଇଥିବା ତ୍ରୈମାସିକ ତଥ୍ୟ ଅନୁଯାୟୀ ରିଲାଏନ୍ସ ଜିଓ ୫୨.୩ ପ୍ରତିଶତ ବଜାର ଅଂଶ ସହିତ ପ୍ରଥମ ସ୍ଥାନରେ ଥିବାବେଳେ ଭାରତୀ ଏୟାରଟେଲ ୨୩.୬ ପ୍ରତିଶତ ଅଂଶ ସହ ଦ୍ୱିତୀୟ ସ୍ଥାନରେ ରହିଛି। ଏହି ତାଲିକାରେ ଭୋଡାଫୋନ୍ ଆଇଡିଆ ତୃତୀୟ ସ୍ଥାନ ଅଧିକାର କରିଛନ୍ତି |

ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (ଟ୍ରାଇ) ର ରିପୋର୍ଟ ଅନୁଯାୟୀ, ଡିସେମ୍ବର ୨୦୧୯ରେ ଶେଷ ହୋଇଥିବା ତିନି ମାସରେ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟା ୭୧.୮ କୋଟି ଥିଲା, ଯାହା ମାର୍ଚ୍ଚ ୨୦୨୦ ସୁଦ୍ଧା ୩.୪୦ ପ୍ରତିଶତ ବୃଦ୍ଧି ହୋଇ ୭୪.୩ କୋଟିରେ ପହଞ୍ଚିଛି।

ଟ୍ରାଇ ରିପୋର୍ଟ ଅନୁଯାୟୀ ଇଣ୍ଡିଆନ୍ ଟେଲିକମ୍ ସର୍ଭିସେସ୍ ଅନୁଯାୟୀ ଜାନୁୟାରୀ-ମାର୍ଚ୍ଚ ୨୦୨୦ ସୁଦ୍ଧା ବ୍ରଡବ୍ୟାଣ୍ଡ ଇଣ୍ଟରନେଟ ଗ୍ରାହକଙ୍କ ସଂଖ୍ୟା ୩.୮୫ ପ୍ରତିଶତ ବୃଦ୍ଧି ହୋଇ ୬୮,୭୪୪ କୋଟିରେ ପହଞ୍ଚିଛି। ଯାହା ଡିସେମ୍ବର ୨୦୧୯ ରେ ୬୬,୧୯୪ କୋଟି ଥିଲା।

ସମ୍ବନ୍ଧିତ ଖବର