ଲାଞ୍ଚ ମାମଲାରେ ଇଣ୍ଟରପୋଲ୍‌ ମୁଖ୍ୟ ଅଟକ

ବେଜିଂ : ପୂର୍ବତନ ଇଣ୍ଟରପୋଲ୍‌ ମୁଖ୍ୟ ମେଙ୍ଗ୍‌ ହଙ୍ଗୱେଇ ନିଖୋଜ ହୋଇଯିବା ଘଟଣାରେ ଶେଷରେ ଚୀନ୍‌ ନିଜର ନିରବତା ଭାଙ୍ଗିଛି। ପୂର୍ବତନ ଇଣ୍ଟରପୋଲ୍‌ ମୁଖ୍ୟଙ୍କୁ ଏକ ଲାଞ୍ଚ ମାମଲାରେ ଅଟକ ରଖାଯାଇଛି ବୋଲି ଚୀନ୍‌ ପକ୍ଷରୁ ଏକ ସରକାରୀ ୱେବସାଇଟ୍‌ରେ ବିବୃତି ଜାରି କରି କୁହାଯାଇଛି। ବିବୃତିରେ କୁହାଯାଇଛି ଯେ, ମେଙ୍ଗ୍‌ଙ୍କୁ ଏବେ ଲାଞ୍ଚ ମାମଲାରେ ଜେରା କରାଯାଉଛି।

ସମ୍ବନ୍ଧିତ ଖବର