ନୂଆଦିଲ୍ଲୀ: ପଞ୍ଜାବ ନେସ୍ନାଲ୍ ବ୍ୟାଙ୍କ ଅର୍ଥ ଜାଲିଆତିରେ ଅଭିଯୁକ୍ତ ଅରବପତି ହୀରା ସୌଦାଗର ନିରବ ମୋଦିଙ୍କ ବିରୋଧରେ ଜାରି କରାଯାଇଛି ରେଡ୍ କର୍ଣ୍ଣର୍ ନୋଟିସ୍।
‘ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନ୍ଭେଷ୍ଟିଗେସନ୍ସ’ର (ସିବିଆଇ) ଅନୁରୋଧ ରକ୍ଷା କରି ଇଣ୍ଟର୍ପୋଲ୍ ଏହି ରେଡ୍ କର୍ଣ୍ଣର୍ ନୋଟିସ୍ ଜାରି କରିଛି। ରେଡ୍ କର୍ଣ୍ଣର୍ ନୋଟିସ୍ ବଳରେ ଇଣ୍ଟର୍ପୋଲ୍ର ସଦସ୍ୟ ରାଷ୍ଟ୍ରଗୁଡ଼ିକର ପ୍ରବର୍ତ୍ତନ ଏଜେନ୍ସିମାନେ ନିଜ ନିଜ ଦେଶରେ ନିରବ ମୋଦିଙ୍କୁ ଖୋଜି ବାହାର କରିବାକୁ ଉଦ୍ୟମ କରିବା ସହ ତାଙ୍କୁ ଗିରଫ କରି ପାରିବେ।
ରେଡ୍ କର୍ଣ୍ଣର୍ ନୋଟିସ୍ ଜାରି ହେବା ଯୋଗୁଁ ନିରବ ମୋଦିଙ୍କ ଚଳପ୍ରଚଳ ସୀମିତ ହୋଇଯିବ। ବିଶ୍ୱବ୍ୟାପୀ ଖୋଜା ପଡ଼ିଥିବା ବେଳେ ଏବେ ୪୭ ବର୍ଷିୟ ନିରବ ଲଣ୍ଡନ୍ର ମେ’ଫେୟାର୍ରେ ଅବସ୍ଥାନ କରୁଛନ୍ତି ବୋଲି ଖବର ମିଳୁଛି। ଇଂଲଣ୍ଡର୍ ‘ଦି ସଣ୍ଡେ ଟାଇମ୍ସ୍’ ରିପୋର୍ଟ ଅନୁସାରେ, ନିରବ ତାଙ୍କର ଜୁଏଲ୍ରି ବାଟିକ୍ ଉପରେ ରହୁଛନ୍ତି। ଭାରତରେ ତାଙ୍କର ପାସ୍ପୋର୍ଟ ରଦ୍ଦ କରାଯିବା ପରେ ମଧ୍ୟ ସେ ଚାରିଥର ଚାରି ଥର ଇଂଲଣ୍ଡ୍ ଭିତରେ ଏବଂ ବାହାରେ ଭ୍ରମଣ କରିଛନ୍ତି।