ପଞ୍ଜାବ ନେସ୍‌ନାଲ୍‌ ବ୍ୟାଙ୍କ୍‌ ଠକେଇ ଅଭିଯୁକ୍ତ ମେହୁଲ ଚୋକ୍‌ସିଙ୍କ ବିରୋଧରେ ରେଡ୍‌ କର୍ଣ୍ଣର୍‌ ନୋଟିସ ଜାରି କଲା ଇଣ୍ଟର୍‌ପୋଲ୍‌

ନୂଆଦିଲ୍ଲୀ: ପଞ୍ଜାବ ନେସ୍‌ନାଲ୍‌ ବ୍ୟାଙ୍କ୍‌ର ୧୩, ୫୦୦ କୋଟି ଟଙ୍କା ଠକେଇରେ ଅଭିଯୁକ୍ତ ମେହୁଲ ଚୋକ୍‌ସିଙ୍କ ବିରୋଧରେ ଇଣ୍ଟର୍‌ପୋଲ୍‌ ରେଡ୍‌ କର୍ଣ୍ଣର୍‌ ନୋଟିସ୍‌ ଜାରି କରିଛି।

ପୂର୍ବରୁ ଚୋକ୍‌ସିଙ୍କ ଭଣଜା ନିରବ ମୋଦିଙ୍କ ବିରୋଧରେ ସିବିଆଇ ଇଣ୍ଟର୍‌ପୋଲ୍‌ର ରେଡ୍‌ କର୍ଣ୍ଣର୍‌ ନୋଟିସ୍‌ ହାସଲ କରିସାରିଛି। କିନ୍ତୁ, ଏଭଳି ନୋଟିସ୍‌ ଜାରି ବିରୋଧରେ ଚୋକ୍‌ସି ଚାଲେଞ୍ଜ୍‌ କରିଥିବାରୁ ବିଶ୍ୱ ପୁଲିସ ସଂସ୍ଥାନ ନିଜର ନିଷ୍ପତ୍ତି ପକାଇ ରଖିଥିଲା।

ସିବିଆଇ ଠାରୁ ଅତିରିକ୍ତ ସୂଚନା ପାଇବା ପରେ ଚୋକ୍‌ସିଙ୍କ ବିରୋଧରେ ଇଣ୍ଟର୍‌ପୋଲ୍‌ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବା ପରେ ଏବେ ରେଡ୍‌ କର୍ଣ୍ଣର୍‌ ନୋଟିସ୍‌ ଜାରି କରିଛି।

ଜାନୁଆରି ପ୍ରଥମ ସପ୍ତାହରେ ମୋଦି ଓ ଚୋକ୍‌ସି ଭାରତ ଛାଡ଼ି ପଳାଇଛନ୍ତି। ତଦନ୍ତକାରୀ ଏଜେନ୍‌ସି ଏବଂ ଅଦାଲତର ଡାକରା ସତ୍ତ୍ୱେ ଫେରି ନାହାନ୍ତି।

ନିରବ ଲଣ୍ଡନ୍‌ରେ ଓ ଚୋକ୍‌ସି କାରିବୀୟ ଦେଶ ଆଣ୍ଟିଗୁଆ ଏବଂ ବାରବୁଡାରେ ଅଛନ୍ତି ବୋଲି କୁହାଯାଉଛି। ଉଭୟଙ୍କ ପ୍ରତ୍ୟର୍ପଣ ନିମନ୍ତେ ଭାରତ ଔପଚାରିକ ଅନୁରୋଧ କରିଛି।

ସମ୍ବନ୍ଧିତ ଖବର