ବାବା ବୀରେନ୍ଦ୍ରଙ୍କ ନାଁରେ ଇଣ୍ଟରପୋଲର ରେଡ କର୍ଣ୍ଣର ନୋଟିସ, ଆଶ୍ରମରେ ଯୌନ ନିର୍ଯାତନା ପରେ ଫେରାର୍

ନୂଆଦିଲ୍ଲୀ: ଇଣ୍ଟରପୋଲ ଆତ୍ମଘୋଷିତ ବୀରେନ୍ଦ୍ର ଦେବ ଦୀକ୍ଷିତଙ୍କ ବିରୋଧରେ ରେଡ କର୍ଣ୍ଣର ନୋଟିସ ଜାରି କରିଛି। ଉତ୍ତର ଦିଲ୍ଲୀର ରୋହିଣୀସ୍ଥିତ ଆଶ୍ରମ ‘ଆଧ୍ୟାତ୍ମିକ ବିଶ୍ୱବିଦ୍ୟାଳୟ’ ଅସଲରେ ଭୟଙ୍କର ପାପ ସାମ୍ରାଜ୍ୟ ଥିଲା ବୋଲି ଜଣାପଡ଼ିଥିଲା। ଆଶ୍ରମ ପରିସରରେ ଆଧ୍ୟାତ୍ମିକ ଶିକ୍ଷା ଦେବା ନାମରେ ନାବାଳିକାମାନଙ୍କୁ କାରାରୁଦ୍ଧ ଅବସ୍ଥାରେ ରଖି ବୀରେନ୍ଦ୍ର ଦେବ ଦୀକ୍ଷିତ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା। ଅନେକ ଦିନ ହେବ ଦିଲ୍ଲୀ ପୁଲିସ ଆତ୍ମଘୋଷିତ ବାବାଙ୍କୁ ଧରିବାକୁ ଉଦ୍ୟମ ଚଳାଇଥିଲେ ହେଁ ଅସଫଳ ରହିଛି।

୨୦୧୭ ଜୁନରେ ଦିଲ୍ଲୀ ପୁଲିସ ନିକଟକୁ ଦୁଇଟି ଅଭିଯୋଗ ଆସିଥିଲା। ଏଥିସହିତ ଉତ୍ତର ଦିଲ୍ଲୀର ରୋହିଣୀସ୍ଥିତ ଆଶ୍ରମ ‘ଆଧ୍ୟାତ୍ମିକ ବିଶ୍ୱବିଦ୍ୟାଳୟ’ରେ ନିଜ ସହିତ ହୋଇଥିବା ଯୌନ ଶୋଷଣ ଘଟଣା ବିଷୟରେ ପୁଲିସ ଅଧିକାରୀଙ୍କୁ ଜଣାଇଥିଲେ। ଏହାପରେ ପୁଲିସ ଯାଞ୍ଚ କରି ବାବା ବୀରେନ୍ଦ୍ର ଦୀକ୍ଷିତଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଏହାପରେ ବାବା ବୀରେନ୍ଦ୍ର ଫେରାର ହୋଇଯାଇଥିଲେ। ଅନେକ ରାଜ୍ୟରେ ତାଙ୍କର ଅନୁସନ୍ଧାନ କରାଯାଇଥିଲେ ହେଁ ଏଯାବତ ଗିରଫ କରାଯାଇ ପାରି ନାହିଁ। ପୁଲିସ ବାବା ନେପାଳରେ ଲୁଚି ଥାଇ ପାରନ୍ତି ବୋଲି ସନ୍ଦେହ କରୁଛି।

Interpol notice against self-styled godman for sexually abusing minor girls in Delhi in 2017 - Cities News

ଏହା ବ୍ୟତୀତ ସିବିଆଇ ବୀରେନ୍ଦ୍ର ଦୀକ୍ଷିତଙ୍କ ଉପରେ ୫ଲକ୍ଷ ପୁରସ୍କାର ରାଜି ଘୋଷଣା କରିଛି। ଯେକେହି ତାଙ୍କ ବିଷୟରେ ସୂଚନା ପାଇଲେ ୦୧୧-୨୪୩୬୮୬୫୭ରେ କଲ କରିବା ସହିତ ୦୧୧୨୪୩୬୮୬୬୨ରେ ଫ୍ୟାକ୍ସ କରି ପାରିବେ। ଏଥିସହିତ  [email protected]ରେ ସେୟାର କରିପାରିବେ । ସୂଚନାଦାତାଙ୍କ ନାମ ଗୁପ୍ତ ରଖାଯିବ ବୋଲି ସିବିଆଇ ପୂର୍ବରୁ ସ୍ପଷ୍ଟ କରିଛି। ଏହାପୂର୍ବରୁ ଫେବୃଆରି ୨୦୧୮ରେ ଏଜେନ୍ସି ମଧ୍ୟ ତାଙ୍କ ବିରୋଧରେ ଲୁକ୍ଆଉଟ୍ ସର୍କୁଲାର ଜାରି କରିଥିଲା।

ଗତ ବର୍ଷ ଡିସେମ୍ବରରେ ଦିଲ୍ଲୀ ପୁଲିସ ମହିଳା ଆୟୋଗଙ୍କ ସହ ବୀରେନ୍ଦ୍ର ଦେବଙ୍କ ଆଶ୍ରମ ଉପରେ ଚଢ଼ାଉ କରିଥିଲା। ସେଠାରୁ ୪୦ ଜଣ ମହିଳାଙ୍କୁ ମଧ୍ୟ ଉଦ୍ଧାର କରିଥିଲା। ସେହି ସମୟରେ କିଛି ଅଭିଭାବକ ପୁଲିସ ନିକଟରେ ଅଭିଯୋଗ କରିଥିଲେ ଯେ ସେମାନଙ୍କର ନାବାଳିକା ଝିଅମାନଙ୍କୁ ଆଶ୍ରମରେ ଜୋରଜବରଦସ୍ତି ରଖାଯାଇଛି। ପରେ ଜଣାପଡ଼ିଲା କି ଝିଅମାନଙ୍କୁ ଏମିତି ଗୋଟିଏ କୋଠରୀରେ ରଖାଯାଇଥିଲା କି ସେଠାକୁ ସୂର୍ଯ୍ୟ କିରଣ ଓ ଆଲୋକ ଯିବାର କୌଣସି ରାସ୍ତା ନ ଥିଲା।

ସମ୍ବନ୍ଧିତ ଖବର