ଗୁଇନ୍ଦା ସଂସ୍ଥାର ରିପୋର୍ଟ: ସୋସିଆଲ୍‌ ମିଡିଆରେ ମିଥ୍ୟା ଖବର ଦିଲ୍ଲୀ ଦଙ୍ଗାକୁ ବଢ଼ାଇଥିଲା

ନୂଆଦିଲ୍ଲୀ: ସୋସିଆଲ୍‌ ମିଡିଆରେ ମିଥ୍ୟା ଖବର ପ୍ରଚାର ଦିଲ୍ଲୀ ହିଂସାକୁ ବଢ଼ାଇଥିଲା। ସୋସିଆଲ୍‌ ମିଡ଼ିଆରେ ମିଥ୍ୟା ଖବର ପ୍ରଚାର କରିବାକୁ ହାଇଦ୍ରାବାଦର ଜଣେ ଛାତ୍ରଙ୍କୁ ନିର୍ଦ୍ଦେଶ ମିଳିଥିଲା ବୋଲି ଗୁଇନ୍ଦା ସଂସ୍ଥାମାନେ ପ୍ରକାଶ କରିଛନ୍ତି। ଫଳରେ ଦିଲ୍ଲୀ ହିଂସାର ଚେର ହାଇଦ୍ରାବାଦ ପର୍ଯ୍ୟନ୍ତ ଲମ୍ବିଥିବା ନେଇ ଗୁଇନ୍ଦା‌ ସଂସ୍ଥାମାନଙ୍କୁ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଛି।

ଗୁଇନ୍ଦା ସଂସ୍ଥା ପକ୍ଷରୁ ଏଭଳି ମିଥ୍ୟା ଖବରର ଏକ ତାଲିକା ପ୍ରସ୍ତୁତ କରାଯାଇଛି। ହାଇଦ୍ରାବାଦର ଛାତ୍ରମାନଙ୍କୁ ଏଭଳି ମିଥ୍ୟା ଖବର ପ୍ରଚାରରେ ନିୟୋଜିତ କରାଯାଇଥିଲା ବୋଲି ଜଣେ ଗୁଇନ୍ଦା ଅଧିକାରୀ ସୂଚନା ଦେଇଛନ୍ତି। ଭିନ୍ନ ହାସ୍‌ଟ୍ୟାଗ୍‌ ବ୍ୟବହାର କରି ହାଇଦ୍ରାବାଦର ଛାତ୍ରମାନଙ୍କୁ ମିଥ୍ୟା ଖବର ପ୍ରଚାର କରିବାକୁ ନିର୍ଦ୍ଦେଶ ମିଳିଥିଲା। ଏଥିରେ ପାକିସ୍ତାନର ଅଫିସିଆଲ୍‌ ଟ୍ବିଟର ହ୍ୟାଣ୍ଡେଲର ମଧ୍ୟ ବ୍ୟବହାର କରାଯାଇଥିଲା ବୋଲି ଅଧିକାରୀଜଣକ କହିଛନ୍ତି।

ସୂଚନାଯୋଗ୍ୟ, ୪ ଦିନ ଧରି ଲାଗି ରହିଥିବା ଦିଲ୍ଲୀ ହିଂସାରେ ୪୭ ଜଣଙ୍କର ପ୍ରାଣ ଯାଇଥିବାବେଳେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା।

 

ସମ୍ବନ୍ଧିତ ଖବର