ନିରବ ମୋଦୀ ପରେ ନେହାଲ୍ ମୋଦୀ ଉପରେ ଇଣ୍ଟରପୋଲର ନଜର

ନୂଆଦିଲ୍ଲୀ: ବ୍ୟାଙ୍କ୍ ଜାଲିଆତି ଅଭିଯୁକ୍ତ ତଥା ପଳାତକ ନିରବ୍ ମୋଦିର ଭାଇ ନେହାଲ୍ ମୋଦି ବିରୋଧରେ ଇଣ୍ଟରପୋଲର ରେଡ୍ କର୍ଣ୍ଣରରେ ନୋଟିସ୍ ଜାରି କରାଯାଇଛି । ସୂତ୍ର ଅନୁସାରେ, ନେହାଲ୍ ଦିପକ୍ ମୋଦୀକୁ ଗିରଫ କରିବା ପାଇଁ ସାରା ଦୁନିଆରୁ ଆଇନ୍ ପ୍ରବର୍ତ୍ତନ ଏଜେନ୍ସିଙ୍କ ପାଖକୁ ଅନୁରୋଧ ଆସିଛି । ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କରୁ ୨ ଆରବ ଆମେରିକା ଡଲାର୍ ନେଇ ପଳାୟନ କରିଥିବା ଅଭିଯୁକ୍ତ ନିରବ୍ ମୋଦୀ ଏବେ ଲଣ୍ଡନ ଜେଲରେ ଅଛି ।

ତେବେ ପିଏନବି ଘୋଟାଲାରେ ବିଦେଶ ପଳାୟନ କରିଥିବା ତାଲିକାରେ ବ୍ୟବସାୟ ନିରବ୍ ମୋଦିଙ୍କ ଛଡା ତାଙ୍କ ଭାଇ ନେହାଲ୍ ଏବଂ ଗୀତାଞ୍ଜଳୀ ଗୃପ ପ୍ରମୋଟର ମେହୁଲ୍ ଚୌକସି ମଧ୍ୟ ସାମିଲ୍ ରହିଛନ୍ତି ।

Image Source: Zee News

ଗତବର୍ଷ ଜାନୁଆରୀରେ ମେହୁଲ୍ ଚୌକସି ଫେରାର୍ ହୋଇଥିବାବେଳେ କିଛି ସପ୍ତାହ ତଳେ ନେହାଲ୍ ମୋଦୀ ମଧ୍ୟ ବିଦେଶକୁ ପଳାୟନ କରିଛି । ତେବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମୁତାବକ, ନେହାଲ୍ ଏବଂ ତାଙ୍କ ପରିବାର ସଦସ୍ୟ ତାଙ୍କ ପଳାତକ ଭାଇଙ୍କୁ ମନି ଲଣ୍ଡ୍ରିଙ୍ଗ୍ ଏବଂ ପ୍ରମାଣ ନଷ୍ଟ କରିବାରେ ସାହାଯ୍ୟ କରିଛନ୍ତି ।

ସମ୍ବନ୍ଧିତ ଖବର