ମୁମ୍ବାଇ : ମଙ୍ଗଳବାର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସରେ ଥିବା ଧୀରୁଭାଇ ଅମ୍ବାନି ଅନ୍ତର୍ଜାତୀୟ ବିଦ୍ୟାଳୟକୁ ଜଣେ ଅପରିଚିତ ଲୋକ ବୋମା ବିସ୍ଫୋରଣ କରି ଉଡ଼ାଇଦେବ ବୋଲି ଫୋନ୍ କରି ଧମକ ଦେଇଥିବା ବୁଧବାର ପୁଲିସ ପ୍ରକାଶ କରିଛି। ମଙ୍ଗଳବାର ଅପରାହ୍ଣ ସାଢ଼େ ୪ଟାରେ ଏହି ଫୋନ୍ ଆସିଥିବା ବେଳେ ପୁଲିସ ସଙ୍ଗେ ସଙ୍ଗେ ତଦନ୍ତ ଆରମ୍ଭ କରିଥିଲା।

Advertisment

ବୋମା ଖଞ୍ଜାଯାଇଥିଲେ ଖୋଜି ବାହାର କରିବା ଏବଂ ତାହାକୁ ଅକାମୀ କରିବା ପାଇଁ ସ୍ବତନ୍ତ୍ର ସ୍କ୍ବାଡ୍‌କୁ ସାଙ୍ଗରେ ଧରି ପୁଲିସ ଟିମ୍ ସ୍କୁଲ୍ ଚାରିପାଖରେ ଓ ଭିତରେ ଅନୁସନ୍ଧାନ କରିଥିଲା। ଶେଷରେ ବୋମା ନାହିଁ ଏବଂ ବିଦ୍ୟାଳୟ ସମ୍ପୂର୍ଣ୍ଣ ନିରାପଦ ବୋଲି ଘୋଷଣା କରିଥିଲା। ତେବେ ଯେଉଁ ଅଜଣା ଲୋକ ଫୋନ୍ କରି ଧମକ ଦେଇଥିଲା ତାକୁ ଧରିବା ପାଇଁ ପୁଲିସ ଅନୁସନ୍ଧାନ ଚଳାଇଥିବା ଜଣାପଡ଼ିଛି।