‘ପ୍ରସାଦ’ ଯୋଜନାରେ ବିନିଯୋଗ ପ୍ରମାଣପତ୍ର ମିଳିନାହିଁ

ନୂଆଦିଲ୍ଲୀ : ପ୍ରସାଦ ଯୋଜନାରେ ପୁରୀ ଜିଲ୍ଲା ରାମଚଣ୍ଡି ନିକଟ ପ୍ରାଚୀ ନଦୀର ଭିତ୍ତିଭୂମି ବିକାଶ ପାଇଁ କେନ୍ଦ୍ର ସରକାର ଅନୁଦାନ ରାଶି ପ୍ରଦାନ କରିଥିବାବେ‌ଳେ ରାଜ୍ୟ ସରକାରଙ୍କ ଠାରୁ ବିନିଯୋଗ ପ୍ରମାଣପତ୍ର ମିଳି ନଥିବା କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲାଦ ସିଂ ପଟେଲ କହିଛନ୍ତି। ଆଜି ରାଜ୍ୟସଭାରେ ସାଂସଦ ପ୍ରଶାନ୍ତ ନନ୍ଦଙ୍କ ଅଣତାରକା ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ ଏହି ସୂଚନା ଦେଇଥିଲେ। ପ୍ରାଚୀନଦୀର ଭିତ୍ତିଭୂମି ବିକାଶରେ ୫୦ କୋଟି ଟଙ୍କା ବ୍ୟୟ କରାଯିବା ପ୍ରସ୍ତାବକୁ କେନ୍ଦ୍ର ସରକାର ଜାନୁଆରି ୨୦୧୫ରେ ଅନୁମୋଦନ ପ୍ରଦାନ କରିବା ପରେ ଏହାର ପ୍ରଥମ କିସ୍ତି ବାବଦରେ ୧୦ କୋଟି ଟଙ୍କା ମଞ୍ଜୁର କରିଥିଲେ। ହେଲେ ଏହାର ୟୁଟିଲାଇଜେସନ୍‌ ସାର୍ଟିଫିକେଟ ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାରଙ୍କ ଠାରୁ ମିଳି ନାହିଁ।

ସମ୍ବନ୍ଧିତ ଖବର