ପାରମ୍ପରିକ ଔଷଧର ଆଧୁନିକୀକରଣରେ ସହାୟତା ପାଇଁ ଅର୍ଥ ବିନିଯୋଗ ଆବଶ୍ୟକ: ଟେଡ୍‌ରସ୍‌ ଅଦନୋମ୍‌ ଗେବ୍ରେୟେସସ୍‌

ନୂଆଦିଲ୍ଲୀ: ପାରମ୍ପରିକ ଔଷଧର ଆଧୁନିକୀକରଣରେ ସାହାଯ୍ୟ ଲାଗି ଦୀର୍ଘ-ମିଆଦି ଆର୍ଥିକ ବିନିଯୋଗ ଆବଶ୍ୟକ ବୋଲି ଗୁଜରାଟର ଗାନ୍ଧୀ ନଗରରେ ଆୟୋଜିତ ‘ବୈଶ୍ବିକ ଆୟୁଷ ବିନିଯୋଗ ଏବଂ ଆଧୁନିକୀକରଣ ଶିଖର ସମ୍ମିଳନୀ’ରେ ଯୋଗ ଦେଇ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ମହାନିର୍ଦେଶକ ଡାକ୍ତର ଟେଡ୍‌ରସ୍‌ ଅଦନୋମ୍‌ ଗେବ୍ରେୟେସସ୍‌ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଜନତାଙ୍କୁ ଉଦ୍‌ବୋଧନ ଦେଇ ଗେବ୍ରେୟେସସ୍‌ କହିଲେ, ମହାତ୍ମା ଗାନ୍ଧୀଙ୍କ ଦେଶକୁ ଆସି ମୁଁ ଭାଗ୍ୟବାନ ମନେକରୁଛି। ଉଦ୍‌ବୋଧନରେ ଅନ୍ୟାନ୍ୟ ପ୍ରସଙ୍ଗ ସହ ସେ ପାରମ୍ପରିକ ଔଷଧର ଆଧୁନିକୀକରଣ ନିମନ୍ତେ ଦୀର୍ଘକାଳୀନ ବ୍ୟାବସାୟିକ ବିନିଯୋଗ ଆବଶ୍ୟକ ବୋଲି କହିଛନ୍ତି।

Image Courtesy of ANI

ସେ କହିଲେ, ଔଷଧର ଆଧୁନିକୀକରଣ ନେଟ୍‌ୱାର୍କ, ବିଶେଷକରି ପାରମ୍ପରିକ ଔଷଧର ଆଧୁନିକୀକରଣ ନିମନ୍ତେ ସରକାରଙ୍କ ପ୍ରତିବଦ୍ଧତା ବା ଗ୍ୟାରେଣ୍ଟି ଥିବା ଦୀର୍ଘ-କାଳୀନ ବ୍ୟାବସାୟିକ ବିନିଯୋଗ ଆବଶ୍ୟକ। ପାରମ୍ପରିକ ଔଷଧକୁ ଅପରିବର୍ତ୍ତିତ, ପରିବେଶ ଅନୁକୂଳ ଏବଂ ନିରପେକ୍ଷ ଭାବେ ବିକଶିତ କରିବା ଲାଗି ବୈଜ୍ଞାନିକ, ଶିଳ୍ପ ଓ ସରକାରଙ୍କର ଉଦ୍ୟମ ଆବଶ୍ୟକ।

ଏହାଛଡ଼ା, ପାରମ୍ପରିକ ଔଷଧକୁ ବଜାରକୁ ଆଣିବା ବେଳେ ଅନ୍ୟ ଏକ ଦିଗ ପ୍ରତି ଧ୍ୟାନ ଦେବାକୁ ପଡ଼ିବ। ତାହା ହେଉଛି, ଏହି ଔଷଧ ବ୍ୟବହାରକୁ ବଞ୍ଚାଇ ରଖିବା ସହ ସେ ସମ୍ବନ୍ଧୀୟ ଜ୍ଞାନକୁ ଉତ୍ତର ପିଢ଼ିଙ୍କୁ ଦେଇ ଚାଲିଥିବା ସମ୍ପ୍ରଦାୟ ଯେମିତି ଲାଭ ପାଆନ୍ତି।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମରିସସ୍‌ର ପ୍ରଧାନମନ୍ତ୍ରୀ ପ୍ରବିନ୍ଦ କୁମାର ଜୁଗନାତ, ଗୁଜରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ୍‌ ଓ କେନ୍ଦ୍ର ଆୟୁଷ ମନ୍ତ୍ରୀ ସର୍ବଣାନନ୍ଦ ସୋନୋୱାଲ୍‌।

ସମ୍ବନ୍ଧିତ ଖବର