ଭୁବନେଶ୍ବର : ଭାରତ ସରକାରଙ୍କ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ନାରୀ ଶକ୍ତି ପୁରସ୍କାର-୨୦୨୨ ପାଇଁ ଆବେଦନ / ନାମାଙ୍କନ ଆମନ୍ତ୍ରିତ କରାଯାଉଛି। ନାରୀ ଶକ୍ତି ପୁରସ୍କାର, ୨୦୨୨ ପାଇଁ ଆବେଦନ /ନାମାଙ୍କନ କେବଳ ନିର୍ଦ୍ଦିଷ୍ଟ ୱେବସାଇଟ୍ www.awards.gov.in. ମାଧ୍ୟମରେ ଗ୍ରହଣ କରାଯିବ। ୩୧ ଅକ୍ଟୋବର, ୨୦୨୨ ପର୍ଯ୍ୟନ୍ତ ପ୍ରାପ୍ତ ସମସ୍ତ ଆବେଦନ ପତ୍ର/ ନାମାଙ୍କନ ଉପରେ ବର୍ଷ ୨୦୨୨ ପାଇଁ ପୁରସ୍କାର ପାଇଁ ବିଚାର କରାଯିବ।
ଏହି ପୁରସ୍କାର-୨୦୨୨ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ଦ୍ବାରା ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଅର୍ଥାତ୍ ୮ ମାର୍ଚ ୨୦୨୩ରେ ମହିଳା ସଶକ୍ତିକରଣ, ବିଶେଷ ଭାବରେ ଆର୍ଥିକ ଅନଗ୍ରସର ଏବଂ ସାଧାରଣ ସୁବିଧାରୁ ବଞ୍ଚିତ ଥିବା ମହିଳାମାନଙ୍କ ପାଇଁ କାମ କରୁଥିବା ବ୍ୟକ୍ତିମାନଙ୍କୁ ସମ୍ମାନିତ କରିବା ପାଇଁ ପ୍ରଦାନ କରାଯିବ। ଯୋଗ୍ୟତା ମାନଦଣ୍ଡ ଏବଂ ଅନ୍ୟ ବିବରଣୀ ପାଇଁ, ନାରୀ ଶକ୍ତି ପୁରସ୍କାର ନିମନ୍ତେ ପାଇଁ ନିର୍ଦ୍ଦେଶାବଳୀ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟର ୱେବସାଇଟ୍ https://wcd.nic.in/acts/guidelines-nari-shakti-puraskar-2022-onwards ରେ ଏବଂ ଆବେଦନ /ନାମାଙ୍କନ ପୋର୍ଟାଲ୍ www.awards.gov.in ରେ ଉପଲବ୍ଧ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/nari-sakti.jpg)